ମାଲକାନଗିରି : ଜଙ୍ଗଲରେ ଯୁବତୀଙ୍କ ଗଳିତ ଶବ ଉଦ୍ଧାର । ଚାଲାଣଗୁଡା ପଞ୍ଚାୟତ ରେଙ୍ଗାବନ୍ଧ ଜଙ୍ଗଲରୁ ମୃତଦେହ ଉଦ୍ଧାର । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନେ୍ଦହ କରାଯାଉଛି । କିଛି ଲୋକ ଜଙ୍ଗଲକୁ ଯାଇଥିବା ସମୟରେ ଯୁବତୀଙ୍କ କଙ୍କାଳ ପଡିଥିବା ଦେଖିଥିଲେ। ପରେ ମାଲକାନଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।ପାରିପାର୍ଶ୍ବିକ ସ୍ଥିତି ଦେଖିଲେ ପ୍ରାୟ ୧ ମାସରୁ ଉର୍ଦ୍ଧ୍ବ ସମୟ ଧରି ମୃତଦେହ ଜଙ୍ଗଲରେ ପଡିଥିବା ସନ୍ଦେହ କରାଯାଉଛି । କୋରାପୁଟରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବାପରେ ତଦନ୍ତ ପ୍ରକ୍ରିୟା ଜୋରଦାର କରାଯିବ। ମାଲକାନଗିରିରୁ ଛତିଶଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ନିକଟବର୍ତ୍ତୀ ଜଙ୍ଗଲରେ ଯୁବତୀଙ୍କ ଶବଟି ଦେଖିବାକୁ ମିଳିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।
Views: 17