
ବ୍ରହ୍ମଗିରି : ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ସପ୍ତମ ଦିନରେ ଅନବସର ଦର୍ଶନ । ବ୍ରହ୍ମଗିରି ଅଲାରନାଥ ପୀଠରେ ଶ୍ରଦ୍ଧାଳୁ ଶଙ୍ଖ, ଚକ୍ର, ଗଦ. ପଦ୍ମଧାରୀ ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରୁଛନ୍ତି । ମାତ୍ର ଭକ୍ତଗଣ ଜଗନ୍ନାଥ ଦର୍ଶନ ନପାଇ ଖିରି ଖିଆ ଠାକୁର ଅଲାରନାଥଙ୍କୁ ଦର୍ଶନ କରି ସମଫଳ ପାଇବାର ବିଶ୍ୱାସ ନେଇ କାହିଁ ଦୂରଦୁରାନ୍ତରୁ ଛୁଟି ଆସୁଛନ୍ତି ବ୍ରହ୍ମଗିରି ଅଲାରନାଥ ପୀଠକୁ ।

ସୂଚନା ଅନୁଯାୟୀ, ମଙ୍ଗଳବାର ଭୋର ୪ଟା ରେ ଦ୍ୱାର ଫିଟାଯାଇ ୪ଟା ୧୫ ମିନିଟରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ହୋଇଥିଲା । ଏହା ପରେ ତଡପଲାଗି,ଅବକାଶ,ବେଶ,ଏବଂ ଗୋପାଳବଲ୍ଲଭ ସରିବା ପରେ ସକାଳ ୬ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି ।
Views: 265