The Ultimate Managed Hosting Platform
ADVERTISEMENT

ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା, ହରଡ ଘଣାରେ କଲେଜ ଅଧ୍ୟାପକ ।

Facebook
Twitter
LinkedIn

ଭୂବନେଶ୍ୱର, ୨ା୮: କୁହାଯାଏ ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର । ଗୁରୁ ହିଁ ଏକ ମାତ୍ର ପଥ ପ୍ରଦର୍ଶକ ଛାତ୍ର/ଛାତ୍ରୀଙ୍କ ଭବିଷ୍ୟ ଗଢିବାରେ । ମାତ୍ର ଏ କିପରିକା ଗୁରୁ ? ଯାହାଙ୍କ ନାମରେ ଛାତ୍ରୀଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଇ ନିଜର କାମନା ବାସନାକୁ ଚରିତାର୍ଥ କରିବା ଭଳି ଲଜ୍ଜା ଜନକ ଅଭିଯୋଗ । ଏଭଳି ଜଣେ ଅଧ୍ୟାପକଙ୍କ ନାମରେ ଏବେ ସଂଗୀନ ଅଭିଯୋଗ ।

ଯିଏ କି ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦେଇ ଏବେ ହରଡ ଘଣାରେ । ଏଭଳି ସଂଗୀନ ଓ ଲଜ୍ଜାଜନକ ଅଭିଯୋଗ ଆସିଛି ଭୂବନେଶ୍ୱର ନହରକଣ୍ଟା ଶ୍ରୀ ଜୟଦେବ କଲେଜର ଜଣେ ଅଧ୍ୟାପକ ନାମରେ । ସୂଚନାନୁଯାୟୀ ଶ୍ରୀ ଜୟଦେବ କଲେଜ ଅଫ ଏଜୁକେସନ ଓ ଟେକ୍ନୋଲୋଜିର ଅଧହୟାପକଙ୍କ ନାମରେ ହୋଇଛି ଅଭିଯୋଗ । କଲେଜର ଜଣେ ବିଜ୍ଞାନ ବିଭାଗର ଛାତ୍ରୀ ଏନେଇ କଲେଜ କତୃପକ୍ଷଙ୍କୁ ଅଭିଯୋଗ କରିବା ପରେ ଘଟଣା ଏବେ ହାଟରେ ପଡି ଦାଣ୍ଡରେ ଗଡିବାରେ ଲାଗିଛି । ତେବେ ଘଟଣାଟିକୁ କଲେଜ କତୃପକ୍ଷ ଚାପି ଦେବାକୁ ଚେଷ୍ଟା କରିଥିଲେ ସୁଦ୍ଧା ତାହା ବିଫଳ ହୋଇଛି ।

ପରେ ଉଭୟ ଅଧ୍ୟାପକ ଓ ଛାତ୍ରୀଙ୍କୁ ପଚରା ଉଚରା କରିବା ପରେ କଲେଜ କମିଟି ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଘଟଣା ରିପୋର୍ଟ ପ୍ରଦାନ କରାଯାଇଥିଲା । ଅନ୍ୟପକ୍ଷେ ଘଟଣା ସଂପର୍କରେ ଉଚ୍ଚ ଶିକ୍ଷା ବିଭାଗ ଅବଗତ ହେବାପରେ ଏବେ ହରଡ ଘଣାରେ କଲେଜ କତୃପକ୍ଷ ଓ ଅଧ୍ୟାପକ । ଏହାର ତୁରନ୍ତ ରିପୋର୍ଟ ଦେବାକୁ ବିଭାଗ ପକ୍ଷରୁ କଲେଜକୁ ଚିଠି କରିବା ପରେ ଏବେ ଚର୍ଚ୍ଚା ଯୋର ଧରିଛି । ତେବେ ଏଭଳି ଏକ ସଂବେଦନଶୀଳ ଘଟଣାରେ କଲେଜ କତୃପକ୍ଷ ଥାନାରେ ଅଭିଯୋଗ କରିବା ପରିବର୍ତ୍ତେ ଚାପିଦେବାକୁ ଉଦ୍ୟମ କରିବା ଘଟଣା ଏବେ ସାଧାରଣରେ ନାନା ପ୍ରଶ୍ନ ଉଭା କରିଛି ।
ବ୍ୟୁରୋ ରିପୋର୍ଟ ଶପଥ ନ୍ୟୁଜ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login