ଉଦଳା : ୨ୟ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା । ନ୍ୟାୟ ଦାବିରେ ମୃତଦେହ ନେଉନାହାନ୍ତି ପରିବାର । ୧୧ ଘଣ୍ଟାରୁ ଅଧିକ ହେବ ମେଡିକାଲରେ ପଡିରହିଛି ମୃତଦେହ । ଉଦଳା ଥାନା ଶାଳଖୁଣ୍ଟା ଏସଏସଡି ଆଶ୍ରମ ବିଦ୍ୟାଳୟ ହଷ୍ଟେଲରୁ ଗତକାଲି ଦ୍ଵିତୀୟ ଶ୍ରେଣୀ ଛାତ୍ରୀ କାନ୍ଦରୀ ମଢେଇର ମୃତଦେହ ଉଦ୍ଧାର ହୋଇଥିଲା। ଏହାପରେ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାର ପ୍ରତିଶୃତି ଦେଇଥିଲା ପ୍ରଶାସନ । ହେଲେ ମୃତ ଛାତ୍ରୀଙ୍କ ପରିବାରଲୋକ ସିସିଟିଭି ଫୁଟେଜ ଦେଖି ଅସନ୍ତୋଷ ଜାହିର କରିଥିଲେ । ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ବଦଳି ଦାବି କରି ଜିଦରେ ଅଡ଼ି ବସିଛନ୍ତି । ଗତକାଲି ମଧ୍ୟାହ୍ନରେ ହଷ୍ଟେଲ ଛାତ୍ରୀମାନେ ଖାଇବା ପାଇଁ ଯିବା ସମୟରେ କାନ୍ଦରୀଙ୍କ ସାଙ୍ଗ ବାହାରକୁ ଆସିଥିଲେ । ଏହି ସମୟରେ ସେ ବିଦ୍ୟାଳୟ ପଛପଟୁ କାନ୍ଦରୀଙ୍କୁ ଦେଖି ମେଟ୍ରୋନ ଏବଂ ଅନ୍ୟ ମାନଙ୍କୁ ଜଣାଇଥିଲେ । କାନ୍ଦରୀଙ୍କୁ ଉଦ୍ଧାର କରି ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ମୃ୍ତ ଘୋଷଣା କରିଥିଲେ ।
ଛାତ୍ରୀଙ୍କ ମୃତଦେହ ନେଉନାହାନ୍ତି ପରିବାର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











