ବାଲେଶ୍ୱର : ବାଲେଶ୍ୱର ଏଫଏମ ଘଟଣାରେ ଅଭିଯୁକ୍ତ ଅଧ୍ୟାପକ ଥାନାରେ ଅଟକ । ଏଜୁକେସନ ବିଭାଗର ମୁଖ୍ୟ ସମୀର ସାହୁ ଥାନାରେ ଅଟକ । ସହଦେବଖୁଣ୍ଟା ଥାନାରେ ରଖି ପଚରାଉଚରା । ଅସଦାରଚଣ ଅଭିଯୋଗ ଆଣି ଆତ୍ମାହୁତି ଉଦ୍ୟମ କରି ଛାତ୍ରୀ ଗୁରୁତର । ଏଜୁକେସନ୍ ବିଭାଗର ଏଚଓଡି ସମୀର କୁମାର ସାହୁଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ନେଇ ଧାରଣାରେ ବସିଥିଲେ ଛାତ୍ରୀ । ଆଜି ସେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି । ଗୁରୁତର ଆବସ୍ଥାରେ ଛାତ୍ରୀଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତ ୨ ତାରିଖରେ ନିର୍ୟାତନା ନେଇ ଅଭିଯୋଗ ଆଣିଥିଲେ ଉକ୍ତ ଛାତ୍ରୀ । ତାଙ୍କୁ ୮ ମାସ ହେଲା ଏଜୁକେସନ୍ ବିଭାର ଏଚଓଡି ନିର୍ୟାତନା ଦେଉଥିବା ଅଭିଯୋଗ କରିଥିଲେ । ଏପରିକି ସହ୍ୟ ନକରି ପାରି ଆତ୍ମହତ୍ୟା ଉଦ୍ୟମ କରିଥିବା ଗଣମାଧ୍ୟମକୁ କହିଥିଲେ । ଆଉ ନିରପେକ୍ଷ ତଦନ୍ତ ପରେ ଉପଯୁକ୍ତ କାର୍ୟ୍ୟନୁଷ୍ଠାନ ନିଆଯିବ ବୋଲି କହିଥିଲେ କଲେଜ୍ ଅଧ୍ୟକ୍ଷ ।
Views: 23











