The Ultimate Managed Hosting Platform
ADVERTISEMENT

ଚୀନ ଉପରେ ଆମେରିକାର ୧୦୦% ଟାରିଫ

Facebook
Twitter
LinkedIn

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଉ ଏକ ଟାରିଫ ବୋମା । ଚୀନ ଉତ୍ପାଦ ଉପରେ ଲଗାଇଲେ ଅତିରିକ୍ତ ଶହେ ପ୍ରତିଶତ ଶୁଳ୍କ । ନଭେମ୍ବର ୧ ତାରିଖରୁ ଲାଗୁ ହେବ ନୂଆ ଟାରିଫ । ହି ନିଷ୍ପତ୍ତି ଫଳରେ ମୋଟ ଟିକସ ହାର ୧୪୦% କୁ ବୃଦ୍ଧି ପାଇବ । ଯାହା ଚୀନରୁ ଆମେରିକାକୁ ଆମଦାନୀ ହେଉଥିବା ବାର୍ଷିକ ୧୯୪ ବିଲିୟନ ମୂଲ୍ୟର ସେମିକଣ୍ଡକ୍ଟରଠାରୁ ଆରମ୍ଭ କରି ବିଭିନ୍ନ ଉପଭୋକ୍ତା ସାମଗ୍ରୀକୁ ପ୍ରଭାବିତ କରିବ । ଚୀନ ଦ୍ୱାରା ‘ରେୟାର୍ ଆର୍ଥ’ ଖଣିଜ ଉପରେ ରପ୍ତାନୀ ନିୟନ୍ତ୍ରଣ କଡ଼ାକଡ଼ି ହୋଇଛି । ଏହି ନିୟନ୍ତ୍ରଣକୁ ପାଞ୍ଚଟି ନୂଆ ଉପାଦାନ ଏବଂ ଅନେକ ବିଶୋଧନ ପ୍ରଯୁକ୍ତିବିଦ୍ୟାକୁ ବଢ଼ାଯାଇଛି । ଯେଉଁ ବିଦେଶୀ ସଂସ୍ଥାମାନେ ୦.୧% ରୁ ଅଧିକ ଚୀନ ସାମଗ୍ରୀ ବ୍ୟବହାର କରିବେ ସେମାନଙ୍କୁ ଏବେ ଲାଇସେନ୍ସ ନେବାକୁ ପଡିବ । ଟ୍ରମ୍ପ ଏହାକୁ “ଅତ୍ୟନ୍ତ ଆକ୍ରାମକ ବୋଲି କହିଛନ୍ତି । ଏହା ସହିତ ଟ୍ରମ୍ପ ଯେକୌଣସି ଓ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସଫ୍ଟୱେର ଉପରେ ଆମେରିକୀୟ ରପ୍ତାନୀ ନିୟନ୍ତ୍ରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login