ଭୁବନେଶ୍ୱର : ଜିଲ୍ଲାକୁ ଜିଲ୍ଲା ଡେଉଁଛି ଡାଇରିଆ । ଏବେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢାଇଲାଣି । ଯାଜପୁରରୁ ଆରମ୍ଭ ହୋଇଥିବା ଡାଇରିଆ ଏବେ ୭ ଜିଲ୍ଲାରେ କାୟା ମେଲାଇଲାଣି । ରାଜ୍ୟରେ ମୋଟ ୨୧ ଜଣଙ୍କ ରୋଗୀଙ୍କ ଜୀବନ ଯାଇଥିବା ବେଳେ ୧୭୦୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଡାଇରିଆକୁ ନେଇ ସ୍ଥିତି ଗମ୍ଭୀର ଥିବା ବେଳେ ରାଜ୍ୟ ସରକାରଙ୍କ ନିଦ ହଜିଯାଇଛି । ୩୦ ଜିଲ୍ଲାକୁ ଆଲର୍ଟ କରିଛନ୍ତି ରାଜ୍ୟ ସରକାର । ଏବେ ପ୍ରତିଦିନ ହେବ ରାଜ୍ୟସ୍ତରୀୟ ସମୀକ୍ଷା । ଡାଇରିଆ ସ୍ଥିତି ନେଇ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ କେନ୍ଦ୍ରୀୟ ପ୍ରତିନିଧି ଦଳ ସହ ସ୍ବତନ୍ତ୍ର ବୈଠକ ହୋଇଛି । ପରେ ପ୍ରଭାବିତ ବିଭିନ୍ନ ବ୍ଲକ ଗସ୍ତ କରିଛି ୧୦ ଜଣିଆ କେନ୍ଦ୍ରୀୟ ଟିମ୍ । ଜିଲ୍ଲାରେ ଚିକିତ୍ସା ବ୍ୟବସ୍ଥା କିଭଳି ଗ୍ରହଣ କରାଯାଇଛି ସେ ନେଇ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରିଥିଲେ । ପାଣିରୁ ସଂକ୍ରମଣ ବ୍ୟାପିଥିବା କହିଛନ୍ତି କେନ୍ଦ୍ରୀୟ ଦଳ। ଏଥି ସହ ପାଣି ଫୁଟାଇ ପିଇବା ସହ ପରିବେଶ ନିର୍ମଳ ରଖିବାକୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି ।
Views: 41