The Ultimate Managed Hosting Platform
ADVERTISEMENT

ଚଳନ୍ତା କାରରେ ମଡେଲଙ୍କୁ ଗଣଦୁଷ୍କର୍ମ

Facebook
Twitter
LinkedIn

ୟୁପି : ଦେଶରେ କମିନି କୋଲକତା ନିଆଁ । ଉତ୍ତରପ୍ରଦେଶରେ ଘଟିଛି ଲୋମହର୍ଷଣକାରୀ ଘଟଣା ।ଚଳନ୍ତା କାରରେ ଜଣେ ମଡେଲଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ କରାଯାଇଛି । ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଜଣେ ମଡେଲଙ୍କୁ ୪ଜଣ ଯୁବକ ଚଳନ୍ତା କାରରେ ଦୁଷ୍କର୍ମ କରିବା ସହିତ ହୋଟେଲରେ ଦୁଷ୍ମର୍ମ କରିଥିବା ପୀଡିତା ଜଣକ ଚିନହଟ ଥାନାରେ ଅଭିଯୋଗ କରିଛନ୍ତି । ଦେଶରେ ଚାରିଆଡୁ ମହିଳାଙ୍କ ସୁରକ୍ଷା ପାଇଁ ବିରୋଧ ପ୍ରଦର୍ଶନ ହେଉଥିଲେ ମଧ୍ୟ ଦୁଷ୍କର୍ମ ଥମିବାରେ ନାଁ ଧରୁନି । ପୀଡିତାଙ୍କ ଅଭିଯୋଗ ଅନୁଯାୟୀ ସେ ପେଶାରେ ଜଣେ ମେଡାଲ ଏବଂ ଅଭିଯୁକ୍ତ ମାନେ ପୀଡିତାଙ୍କୁ ଫିଲ୍ମରେ କାମ ଦେବା ବାହାନାରେ ଡାକି ତାଙ୍କ ସହିତ ଦୁଷ୍କର୍ମ କରିଛନ୍ତି ।ଇନଷ୍ଟାଗ୍ରାମରେ ବିପିନ ସିଂ ନାମକ ଜଣେ ଯୁବକ ଯୁବତୀଙ୍କର ସାଙ୍ଗ ଥିଲେ । ଯୁବକ ଜଣଙ୍କ ମଡେଲଙ୍କୁ ଫିଲ୍ମ ଦେବା ବାହାନାରେ ଜଣେ ନିର୍ଦ୍ଦେଶକଙ୍କ ସହ ଭେଟ କରେଇଦେବା ପାଇଁ କାନପୁର ଡକେଇଥିଲେ । ଯୁବତୀଜଣକ କାନପୁରରୁ ଲକ୍ଷ୍ନୌ ତାଙ୍କୁ ଭେଟିବାକୁ ଯାଇଥିଲେ । ଏହି ସମୟରେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା । ପୀଡିତା କୌଶଳକ୍ରମେ ଥାନାରେ ପହଞ୍ଚି ମାମଲା ଦାଏର କରିଥିଲେ । ପରେ ପୋଲିସ ଏଫ୍ଆଇଆର୍ ଗ୍ରହଣ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ତୃତୀୟ ଅଭିଯୁକ୍ତ ଫେରାର ଥିବା ବେଳେ ପୋଲିସ ଖୋଜିବାରେ ଲାଗିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login