The Ultimate Managed Hosting Platform
ADVERTISEMENT

ଘରେ କେହି ନ ଥିବାର ସୁଯୋଗ ନେଇ ଟଙ୍କା ସୁନା ଲୁଟି ନେଲେ ଦୁର୍ବୁତ୍ତ

Facebook
Twitter
LinkedIn

ଉଦଳା : ଘରେ କେହି ନଥିବାର ସୁଯୋଗ ନେଇ କବାଟ ତାଡି ଲୁଟିନେଲେ ଦୁର୍ବୁତ୍ତ । ଘରୁ ଟିଭି ସହ ଲୁଟି ନେଲେ ଟଙ୍କା ଓ ସୁନା ଅଳଙ୍କାର । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସୁଡ଼ସୁଡ଼ିଆ ଗ୍ରାମରୁ ଆସିଛି ଏପରି ଘଟଣା ।ସୂଚନା ଅନୁସାରେ ଅକ୍ଷୟ ବେହେରା ପରିବାର ସହିତ ଏକ କାର୍ୟ୍ୟକ୍ରମରେ ଯୋଗ ଦେବା ପାଇଁ ସୋର ଅଞ୍ଚଳକୁ ଯାଇଥିଲେ । ହେଲେ ତାଙ୍କ ଘର ମୁଖ୍ୟ କବାଟ ତାପର ଦିନ ଖୋଲାଥିବା ଦେଖି ପଡୋଶୀ ତାଙ୍କୁ ଫୋନ କରି ଜଣାଇଥିଲେ । ଯାହା ଜାଣିବା ପରେ ଅକ୍ଷୟ ଘରକୁ ଫେରି ଆସିଥିବା ବେଳେ ଘରୁ ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ । ଦୁର୍ବୃତ୍ତମାନେ ଘର ମୁଖ୍ୟ କବାଟ ତାଡି ଘର ଭିତରେ ପଶି ଟିଭି, ଇନଭର୍ଟର, ଲାପଟପ ସହିତ ଗଡ଼ରେଜ ଭାଙ୍ଗି ସେଥିରେ ଥିବା ୪ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଏବଂ ନଗଦ ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି ।କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ : ଅହମଦାବାଦ ରଥଯାତ୍ରାରେ ଘଟିଲା ଅଘଟଣ । ଡିଜେ ବାଜିବାରୁ ବେକାବୁ ହେଲା ହାତୀ । ଡିଜେର ପ୍ରଚଣ୍ଡ ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏପଟ ସେପଟ...

Login