ଅନୁଗୁଳ : ନାଲକୋ ଥାନା କୁଲାଡ ଗାଁରେ ଗ୍ୟାସ ସିଲିଣ୍ଡର ଫାଟି ୩ ଜଣ ଗୁରୁତର । ଗୁରୁତରଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଭୁବନେଶ୍ୱର ଏମସ ସ୍ଥାନାନ୍ତର । ଘରେ ଶୋଇଥିବା ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର । ଗ୍ୟାସ ସିଲିଣ୍ଡର ଫାଟିବାରୁ ଜୋରରେ ଶବ୍ଦ ହୋଇଥିଲା ଫଳରେ ପଡୋଶି ଉଠିପଡ଼ିଥିଲେ । ନିଆଁ ଜଳୁଥିବା ଦେଖି ପ୍ରଥମେ ନାଲକୋ ପୋଲିସକୁ ଖବର ଦେଇଥିଲେ।
ନାଲକୋ ପୋଲିସ ପ୍ରଥମେ ଅନୁଗୋଳ ଅଗ୍ନିଶମ ବିଭାଗ ଓ ପରେ ନାଲକୋ ସିପିପି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ନିଆଁକୁ ଆୟତ କରିବା ସହ ଗୁରୁତରଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଓ ପରେ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି ।
Views: 26