ଗୋପାଳପୁର : ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଘଟଣା । ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଟିମ୍ । ଆଇଜି ଏସ ସାଇନିଙ୍କ ନେତୃତ୍ୱରେ ଅନୁଧ୍ୟାନ । କେଉଁ ପରିସ୍ଥିତିରେ ଘଟଣା ଘଟିଲା ସେ ନେଇ ଛାନଭିନ । ଗତ ରବିବାର ସନ୍ଧ୍ୟାରେ ହୋଇଥିବା ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ୧୦ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ପରେ ଆଜି ଘଟଣା ସ୍ଥଳ ଅନୁଧ୍ୟାନ କରିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଭୁଷଣ ଜେନା ।
୨୦ ବର୍ଷର ଜଣେ କଲେଜ ଛାତ୍ରୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ରଜ ପାଇଁ ବୁଲିବାକୁ ଆସିଥିଲେ ଗୋପାଳପୁର ବିଚ୍ ରେ ଗଣ ଦୁଷ୍କର୍ମର ଶୀକାର ହୋଇଥିଲେ । ରାତି ପ୍ରାୟ ୧୧ଟାରେ ଗୋପାଳପୁର ଥାନାରେ ଏ ନେଇ ଅଭିଯୋଗ କରିଥିଲେ ପୀଡ଼ିତା ଓ ତାଙ୍କ ପୁରୁଷ ବନ୍ଧୁ । ପ୍ରଥମେ ପୋଲିସ ୭ ଜଣଙ୍କୁ ଗିରଫ କରିଥିଲା । ପରେ ଆଉ ୩ ଜଣଙ୍କୁ ଧରିଛି । ଅଭିଯୁକ୍ତଙ୍କ ବିରୋଧରେ ବିଏନଏସ ଧାରା ୭୦ ଲାଗିଛି । ଘଟଣାର ତଦନ୍ତ ପାଇଁ ସ୍ପେସାଲ ଟିମ୍ ଗଠନ ହୋଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ।
Views: 38