ନୂଆଦିଲ୍ଲୀ : ଅଗଷ୍ଟ ୧୫ରୁ ବାର୍ଷିକ ଫାସ ଟ୍ୟାଗ ପାସ ବ୍ୟବସ୍ଥା । ବାର୍ଷିକ ୩ ହଜାର ଟଙ୍କା ଦେଇ ସୁବିଧା ପାଇ ହେବ । ବର୍ଷେ କିମ୍ବା ୨୦୦ ଟ୍ରିପ ପର୍ଯ୍ୟନ୍ତ ଫାସ ଟ୍ୟାଗ ଲାଗୁ । କେବଳ ଘରୋଇ ଗାଡି ଚାଳକଙ୍କ ପାଇଁ ଏହି ନିୟମ ଲାଗୁ ହେବ । କାର, ଜିପ, ଭ୍ୟାନ ପରି ଛୋଟ ଯାନ ପାଇଁ ପାସ ବ୍ୟବସ୍ଥା । କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରି କହିଛନ୍ତି ସରକାର ଘରୋଇ ଗାଡି ଗୁଡିକ ବର୍ଷିକିଆ ଫାସ୍ ଟ୍ୟାଗ୍ ପାସ ଜାରି କରିବେ । ଯାହାର ମୂଲ୍ୟ ୩ ହଜାର ଟଙ୍କା ରହିବ । ଏହି ନିୟମ ଅଗଷ୍ଟ ୧୫ ତାରିଖରୁ ଲାଗୁ ହେବ । ଏହି ପାସରେ ଘରୋଇ ଯାନ ମାଲିକ ମାନେ କମ ଟଙ୍କାରେ ଯାତାୟତ କରିପାରିବେ । ଏହି ପାସ ମାଧ୍ୟମରେ ଗାଡି ମାଲିକମାନେ ବର୍ଷକୁ ୨୦୦ ଥର ଟୋଲରେ ଅତିକ୍ରମ କରିପାରିବେ । କେନ୍ଦ୍ରମନ୍ତ୍ରୀ ଗଡକରୀ ଏକ୍ସ ମାଧ୍ୟମରେ କହିଛନ୍ତି, ଏହି ସୁବିଧାଟି ଅଣ-ବାଣିଜ୍ୟିକ ଯାନବାହନକୁ ଧ୍ୟାନରେ ରଖି ସ୍ୱତନ୍ତ୍ର ଭାବରେ ବ୍ୟବସ୍ଥା କରାଯାଇଛି, ଯାହା ଦ୍ଵାରା ଜାତୀୟ ରାଜପଥରେ ସୁଗମ ଯାତ୍ରା ସମ୍ଭବ ହୋଇପାରିବ।
Views: 115











