
ମୁମ୍ୱାଇ : ହଙ୍ଗାମା-୨ ଅଭିନେତ୍ରୀ ପ୍ରନିତା ସୁଭାଷଙ୍କ ପରିବାରକୁ ଆସିଲେ ନହ୍ନୀପରୀ । ପ୍ରନିତା ତାଙ୍କର ପ୍ରଥମ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ସେ ହେଉଛନ୍ତି ଜଣେ କନ୍ୟା ସନ୍ତାନ । ଯାହା ଶୁକ୍ରବାର ଦିନ ଫାଷ୍ଟ ଲୁକ୍ ସେ ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କ ଲାଗି ସେୟାର କରିସାରିଛନ୍ତି ।
ସେ ତାଙ୍କର ଇନଷ୍ଟାଗ୍ରାମରେ ନବଜାତ ଶିଶୁ କନ୍ୟା ନହ୍ନୀପରୀକୁ କୋଳରେ ଧରିଥିବାର ଏକ ଚିତ୍ର ସେୟାର କରି ପ୍ରନୀତା ସୁଭାଷ ଲେଖିଛନ୍ତି, ‘ଗତ କିଛି ଦିନ ହେବ ଅବାସ୍ତବ ଥିଲା ମୋ ପାଇଁ । ପ୍ରନୀତା ସୁଭାଷଙ୍କ ପ୍ରସବ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ହୋଇଥିଲା । ତାଙ୍କ ଇନଷ୍ଟା ପୋଷ୍ଟରେ ସେ ଡାକ୍ତରଙ୍କ ସହ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ପୋଷ୍ଟରେ ଲେଖିଛନ୍ତି, ‘ମୁଁ ବହୁତ ଭାଗ୍ୟବାନ ଯେ ମୋ ମା ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ । କିନ୍ତୁ ଏହା ମଧ୍ୟ ତାଙ୍କ ପାଇଁ ଭାବପ୍ରବଣତାରେ ଅତ୍ୟନ୍ତ କଷ୍ଟକର ସମୟ ଥିଲା । ଖୁସିର କଥା ଆମ ସହିତ ଡଃ ସୁନୀଲ ଏସୱାର ଏବଂ ତାଙ୍କ ଦଳ ଥିଲେ ଯେଉଁମାନେ ଏହି ପ୍ରସବକୁ ଏତେ ସୁଗମ କରିଥିଲେ ।
Views: 233