ମୁମ୍ବାଇ : ପରଲୋକରେ ବଲିଉଡର ଲୋକପ୍ରିୟ ଗାୟକ ତଥା କମ୍ପୋଜର ଅନୁପ ଘୋଷାଲଙ୍କ । ୭୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଖବର ମିଳିଛି । ଦୀର୍ଘ ସମୟରେ ବିଭିନ୍ନ ପ୍ରକାରର ରୋଗରେ ପୀଡିତ ହୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ନିଧନରେ ସମଗ୍ର ଇଣ୍ଡଷ୍ଟ୍ରୀ ଶୋକରେ ରହିଛି । ତାଙ୍କ ଫ୍ୟାନ୍ସ ସୋସିଆଲ ମିଡିଆରେ ଗାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଖବର ମୁତାବକ, ଗତ କିଛିଦିନରୁ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ସାଉଥ କୋଲକତାର ଏକ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଶୁକ୍ରବାର ଦିନ ୧.୪୦ ସମୟରେ ମଲ୍ଟି ଅର୍ଗାନ ଫେଲେଓ୍ଵର ହେବାରୁ ମୃତ୍ୟୁ ହୋଇଛି । ତାଙ୍କର ୨ଟି ଝିଅ ରହିଛି । ତେବେ ତାଙ୍କ ମୃତ୍ୟୁରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକ ପ୍ରକାଶ କରିଛନ୍ତି । ସେ ତୃଣମୂଳ କଂଗ୍ରେସରୁ ଉତ୍ତରପୀଡ ସିଟ୍ରୁ ୨୦୧୧ରେ ବିଧାନସଭା ନିର୍ବଚାନ ଲଢି ରାଜନୀତି କ୍ଷେତ୍ରରେ ପାଦ ରଖିଥିଲେ । ତାଙ୍କର ଲୋକପ୍ରିୟ ଗୀତ ଫିଲ୍ମ ‘ମାସୁମ’ରେ ତୁଝସେ ନାରାଜ ନେହିଁ ଜିନ୍ଦେଗୀଟ୍ଟସବୁଠାରୁ ବଡ ହିଟ୍ ଗୀତ ରହିଥିଲା । ସେ ହିନ୍ଦୀ, ବଙ୍ଗାଳୀ ଏବଂ ଅନ୍ୟ ଭାଷାରେ ଗୀତ ଗାଇଛନ୍ତି ।
ଗାୟକ ଅନୁପ ଘୋଷାଲଙ୍କ ପରଲୋକ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...