ମାଲକାନଗିରି : ତେଜୁଛି ଏମଭି-୨୬ ଓ ରାଖେଲଗୁଡା କଳି । ରାଖେଲଗୁଡା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର । କାଲି ପୋଡାଜଳା ପରେ ଭିନ୍ନ ଭିନ୍ନ ସ୍ଥାନରେ ଉଭୟ ଗୋଷ୍ଠୀ ଏକତ୍ରିତ । ରାଖେଲ ଗୁଡାରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକାଠି ହେଲେ ଗୋଟିଏ ଗୋଷ୍ଠୀ । ମାଲକାନଗିରି ସହରରେ ଅନ୍ୟ ଏକ ଗୋଷ୍ଠୀର ବହୁ ସଂଖ୍ୟାରେ ମେଳି । ରାଖାଲଗୁଡା ଓ ଏମଭି-୨୬ ଗାଁ ମଧ୍ୟରେ କିଛିଦିନ ଧରି ଚାଲିଥିବା ଉତ୍ତେଜନା ଜଳାପୋଡ଼ାର ରୂପ ନେଇଥିଲା । ଏମଭି-୨୬ ଗାଁରେ ଅନେକ ଲୋକଙ୍କ ଘର ଜାଳି ଦେଇଥିଲେ ଅପରପକ୍ଷ । ଗତକାଲିର ଘଟଣା ପରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏମଭି-୨୬ ଗାଁରେ ପ୍ରାୟ ୨ ହଜାର ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ନଦୀରୁ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣାକୁ ନେଇ ଦୁଇ ଗାଁ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ।
Views: 109











