ଭୁବନେଶ୍ୱର : ଓଡିଶାରେ ଡାକ୍ତର ମରୁଡି । ଡାକ୍ତରଙ୍କ ଅଭାବ ଘଟଣା ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥାର ଚିନ୍ତା ବଢ଼ାଇ ଦେଇଛି । ୬୦ ପ୍ରତିଶତ ମଞ୍ଜୁରୀପ୍ରୀପ୍ତ ଡାକ୍ତର ପଦବୀ ଖାଲି । ଗୃହରେ ଉତ୍ତର ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ମଞ୍ଜୁରୀପ୍ରାପ୍ତ ୧୫୭୭୪ରୁ ଖାଲି ପଡିଛି ୯୫୦୩ଟି ଡାକ୍ତର ପଦବୀ । କାର୍ଯ୍ୟରତ ଅଛନ୍ତି ୬୨୭୧ ଡାକ୍ତର, ଏମାନଙ୍କ ଭିତରୁ ୧୧୩୫ ଠିକା ନିଯୁକ୍ତି । ସ୍ଥାୟୀ ନିଯୁକ୍ତି ୫୦୦୩ ଡାକ୍ତର, ୫୨୪୮ ପଦବୀ ପୂରଣ ପାଇଁ ଓପିଏସସିକୁ ଚିଠି କରାଯାଇଛି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
Views: 108











