The Ultimate Managed Hosting Platform
ADVERTISEMENT

ଗର୍ଭବତୀ ଅଛନ୍ତି ଅଙ୍କିତା ଲୋଖଣ୍ଡେ !

Facebook
Twitter
LinkedIn

କଙ୍ଗନା ରାଣାଓ୍ଵତ୍‌ ଓ ଅଙ୍କିତା ଲୋଖଣ୍ଡେଙ୍କ ବନ୍ଧୁତା ବେଶ୍‌ ଗଭୀର। ଉଭୟେ ଫିଲ୍ମ ମଣିକର୍ଣ୍ଣିକାରେ ଏକାଠି କାମ କରିଥିଲେ। କଙ୍ଗନା ଅଙ୍କିତା ଲୋଖଣ୍ଡେ ଓ ଭିକ୍କି ଜୈନଙ୍କ ବିବାହରେ ମଧ୍ୟ ସାମିଲ ହୋଇଥିଲେ। ନିକଟରେ ଅଙ୍କିତା କଙ୍ଗନାଙ୍କ ରିଆଲିଟି ଶୋ’ ଲକ୍‌ ଅପ୍‌ରେ ନିଜ ଶୋ’ ପବିତ୍ର ରିସ୍ତାର ଅପ୍‌କମିଂ ସିଜନ୍‌କୁ ପ୍ରମୋଟ୍‌ କରିବାକୁ ଆସିଥିଲେ। ଲକ୍ଅପ୍‌ ସିରିଏଲର ଏକ ନିୟମ ରହିଛି ଯେ ଯେଉଁ ସେଲିବ୍ରିଟି ଏଠାକୁ ଆସିଥାନ୍ତି, ସେମାନଙ୍କୁ ନିଜର ଯେକୌଣସି ସିକ୍ରେଟ୍‌କୁ ସେୟାର କରିବାକୁ ପଡ଼ିଥାଏ। ତେଣୁ ଅଙ୍କିତାଙ୍କୁ ବି ଏଠାରେ ନିଜ ଜୀବନର ଥିବା ଏକ ରହସ୍ୟକୁ କହିବାକୁ ପଡ଼ିଥିଲା।

ଅଙ୍କିତା ଲୋଖଣ୍ଡେ କହିଥିଲେ ଯେ- ବିକ୍କିଙ୍କୁ ବି ଏହି ରହସ୍ୟ ବିଷୟରେ ଜଣା ନାହିଁ। ବର୍ତ୍ତମାନ ମତେ ମୋତେ ଅଭିନନ୍ଦନ ଜଣାନ୍ତୁ- କାହିଁକି ମୁଁ ଗର୍ଭବତୀ ଅଛି। ତେବେ ଅଙ୍କିତାଙ୍କ ମୁହଁରୁ ଏଭଳି ଶୁଣି ଅନ୍ୟ ପ୍ରତିଯୋଗୀଙ୍କ ସମେତ ନିଜେ କଙ୍ଗନା ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତା’ ପରେ କିନ୍ତୁ ଅଙ୍କିତା ହସି ଦେଇ କହିଥିଲେ- ଏପ୍ରିଲ ଫୁଲ୍‌ ବନାଉଥିଲି। ଏହାର ଉତ୍ତରରେ କଙ୍ଗନା କହିଥିଲେ-କିନ୍ତୁ ଆଜି ତ ଏପ୍ରିଲ ୧ ନୁହେଁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login