ଜଳେଶ୍ୱର : ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବସ । ଦୁର୍ଘଟଣାରେ ୭ ଜଣ ଗୁରୁତର । ବାଲିଆପାଳ-ବସ୍ତା ରାସ୍ତାର କୁଟୁରା ଛକ ନିକଟରେ ଦୁର୍ଘଟଣା । ବସ ଡ୍ରାଇଭର ସମେତ ୭ ଗୁରୁତରଙ୍କୁ ବସ୍ତା ମେଡିକାଲରେ ଭର୍ତ୍ତି । ସୂଚନା ଅନୁଯାୟୀ ଆଜି ସକାଳେ ବାଲିଆପାଳରୁ ଯାତ୍ରୀ ନେଇ ବାଲେଶ୍ୱର ଅଭଇମୁଖେ ଯାଉଥିବା ନୁପୁର ନାମକ ଏକ ଘରୋଇ ବସର ଆଗ ଚକା ଫାଟି ଯିବାରୁ ସିଂଲା ଥାନା ଅନ୍ତର୍ଗତ ପୁଟୁରା ଛକ ନିକଟରେ ବସଟି ଭାରସାମ୍ୟ ହରାଇଥିଲା । ଫଳରେ ରାସ୍ତା କଙ୍ଗରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା । ବସରେ ୩୦ରୁ ଉର୍ଦ୍ଧ ଯାତ୍ରୀ ଥିବା ବେଳେ ୧୫ରୁ ଅଧିକ ଗୁରୁତର ହୋଇଛନ୍ତି । ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପହଁଚି ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟ ବସ୍ତା ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି ।
Views: 41