ରାୟଗଡା : ୬ ମାସ ପରେ ଖୋଲିଲା ମାଆ ମଝିଘରିଆଣୀ ଦାନ ହୁଣ୍ଡି । ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀଙ୍କ ଦାନ ହୁଣ୍ଡି ଆଜି ଖୋଲାଯାଇଛି । ସ୍ଥାନୀୟ ତହସିଲଦାରଙ୍କ ତତ୍ବାବଧାନରେ ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଉପସ୍ଥିତିରେ ୯ଟି ଦାନ ହୁଣ୍ଡି ଆଜି ସକାଳ ୯ ଟାରୁ ଖୋଲାଯାଇ ଗଣତି ଚାଲିଛି।ହୁଣ୍ଡିରୁ ଦାନ ଅର୍ଥ ଗଣତି କାର୍ୟ୍ୟରେ ବିଭିନ୍ନ ସଂଘଠନର ମହିଳା ଓ ପୁରୁଷ ସେଚ୍ଛାସେବୀ ସଦସ୍ୟ ନିୟୋଜିତ କରାଯାଇଛି। ଏଥିରେ ପ୍ରାୟ ୨୦୦ରୁ ଅଧିକ କର୍ମକର୍ତ୍ତା ଗଣତି ପକ୍ରିୟାରେ ନିୟୋଜିତ ହୋଇଛନ୍ତି। ଗତ ୬ ମାସ ତଳେ ଦାନ ହୁଣ୍ଡିରୁ ସମୁଦାୟ ୯୯ ଲକ୍ଷ ୧୫ ହଜାର ୪୨୨ ଟଙ୍କା, ସୁନା ୫୩ ଗ୍ରାମ, ରୁପା ୨ କେଜି ୩୯୨ ଗ୍ରାମ ସହ ୩୩ ଟି ବିଦେଶୀ ମୁଦ୍ରା ମିଳିଛି ।ଆଜି ସକାଳ ୯ ଟାରୁ ଗଣତି ଆରମ୍ଭ ହୋଇ ରାତି ୯ଟା ପର୍ୟ୍ୟନ୍ତ ଚାଲିବ।
Views: 26