ଭୁବନେଶ୍ୱର : ୩ ଦିନ ଧରି ମିଶନ ଶକ୍ତି ମହିଳା କରୁଛନ୍ତି ବିକ୍ଷୋଭ ।କେବେ ଦାବି ଶୁଣିବେ ସରକାର । ମିଶନ ଶକ୍ତି ଅଧିନରେ ୬ଟି କ୍ୟାଡ଼ରରେ କାମ କରୁଥିବା ସିଆରପି, ଏମବିକେ, ପ୍ରାଣୀମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର, ଏଲଏସପି ମାନେ ୯ ମାସର ବକେୟା ଦରମା ଦାବିରେ ଲୋୟର ପିଏମଜିରେ ଧାରଣାରେ ବସି ରହିଛନ୍ତି । ସରକାର ଦାବି ନମାନିବା ଯାଏଁ ଧାରଣାସ୍ଥଳରୁ ଉଠିବୁ ନାହୁଁ ବୋଲି ମହିଳା କର୍ମଚାରୀ ମାନେ ଚେତାବନୀ ଦେଇଛନ୍ତି। ବିଧାନସଭାରେ ମଧ୍ୟ ଏହାକୁ ନେଇ ବିରୋଧି ତୁମ୍ବିତୋଫାନ କରିଛନ୍ତି । ମହିଳାଙ୍କ ସରକାର ଶୋଷଣ କରୁଥିବା କହିଛନ୍ତି । କଂଗ୍ରେସ ଓ ବିଜେଡି ସଦସ୍ୟ ଧାରଣାସ୍ଥଳରେ ସାମିଲ ହୋଇ ସରକାରଙ୍କ ବିରୁଦ୍ଧରେ ସ୍ୱର ଉଠାଇଥିବା ଦେଖିବାକୁ ମିଳିଛି ।
Views: 35