ଭୁବନେଶ୍ୱର : ରାଜ୍ୟ ସରକାର କୃଷି ଓ କୃଷକଙ୍କ ବିକାଶ ପାଇଁ ସର୍ବଦା ପ୍ରୟାସ କରି ଆସୁଛନ୍ତି । ମାଣ୍ଡିଆ ଉତ୍ପାଦନ ଓ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମିଲେଟ୍ ମିଶନ’ ଆରମ୍ଭ କରିବା ସହିତ ପ୍ରତିବର୍ଷ ନଭେମ୍ବର ମାସ ୧୦ ତାରିଖକୁ ‘ମାଣ୍ଡିଆ ‘ଦିବସ’ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିସହିତ ମାଣ୍ଡିଆକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଲକ୍ଷ୍ୟରେ ମାଣ୍ଡିଆ ଗୀତ ପ୍ରସ୍ତୁତ ହୋଇଥିଲା ।

ସେହିପରି ରାଜ୍ୟରେ କପାଚାଷୀଙ୍କୁ ଲାଭବାନ କରାଇବା ଉଦ୍ଦେଶ୍ୟରେ ୧୩ଟି ଜିଲ୍ଲାରେ କପା ସମବାୟ ଗଠନ କରିବାକୁ ଲକ୍ଷ୍ୟ ରଖିଛନ୍ତି ।ତେବେ ଏହି କ୍ରମରେ ଯୋଡ଼ିହେବାକୁ ଯାଉଛି କୋରାପୁଟ କଫି ।ଏଥିପାଇଁ ହାଇଦ୍ରାବାଦର ଟାଟା ଟୁପରାନ କମ୍ପାନୀରେ ଟେଷ୍ଟିଂ ଚାଲିଥିବା ବେଳେ ଏହା ସଫଳ ହେଲେ ଟାଟା ସହଭାଗିତାରେ ଏହି ଫ୍ଲେଭର ବଜାର ପ୍ରବେଶ କରିବ । ବର୍ତ୍ତମାନ ମିଳୁଥିବା କଫିକୁ ଜଣେ ପାଣିରେ ଛାଣିଲା ପରେ କ୍ଷୀରରେ ମିଶାଇ ପିଇପାରୁଛି । ମାତ୍ର ଏହି ଇନଷ୍ଟାଣ୍ଟ କୋରାପୁଟ କଫିକୁ ଜଣେ କ୍ଷୀରରେ ମିଶାଇ ସିଧାସଳଖ ପିଇ ପାରିବ । ଏ ବାବଦରେ ଟ୍ରାଇବାଲ ଡେଭଲମେଣ୍ଟ କୋ-ଅପରେଟିଭ୍ କର୍ପୋରେସନ (ଟିଡିସିସି) ପକ୍ଷରୁ ସୂଚନା ଦିଆଯାଇଛି ।