ବ୍ୟୁରୋ : ସୁସ୍ଥ ରହିବାକୁ ହେଲେ ଆମକୁ ସଫାସୁତୁରା ରହିବା ଆବଶ୍ୟକ । ଖରାଦିନରେ ଅତ୍ୟଧିକ ଝାଳ ପାଇଁ ଆମ ସ୍କିନ୍ ଖରାପ ହୋଇଥାଏ । ତେଣୁ ଖାସ୍ କରି ଖରାଦିନରେ ସଫାସୁତୁରା ଉପରେ ଧ୍ୟାନ ଦେବା ଆବଶ୍ୟକ । ସଫାସୁତୁରା ଉପରେ ଗୁରୁତ୍ବ ନଦେବା ଦ୍ବାରା ସ୍କିନକୁ ନେଇ ଅନେକ ସମସ୍ୟା ଦେଖାଦେଇଥାଏ । ଯାହା ଆମ ପାଇଁ ଚିନ୍ତାର ବିଷୟ ହୋଇପଡେ । କୌଣସି ସମସ୍ୟା ନହେବା ପାଇଁ ବାହାରୁ ଘରୁକୁ ଆସିଲା ମାତ୍ରେ ତୁରନ୍ତ ଥଣ୍ଡା ପାଣିରେ ଏବଂ ସାବୁନରେ ମୁହଁ ଧୋଇବା ଉଚିତ୍ । ଯାହାଦ୍ବାରା ଝାଳ ଦୂର ହୋଇଥାଏ । ତେଣୁ ଖରାଦିନରେ ସକାଳେ ଏବଂ ସନ୍ଧ୍ୟାରେ ଦୁଇ ଥର ସଫାସୁତୁରା ହେବା ଆବଶ୍ୟକ ।
ଖରାଦିନରେ ଆମେ ଆମ ତ୍ବଚାର ଚମକକୁ ନେଇ ବହୁତ ଚିନ୍ତାରେ ପଡିଯାଇଥାଉ । ବିଶେଷ କରି ଝିଅମାନେ ଖରାଦିନ ଆସିବା ମାତ୍ରେ ସେମାନେ ସେମାନଙ୍କ ତ୍ବଚା ପାଇଁ ଅନେକ କିଛି ଉପଚାର କରିଥାନ୍ତି । ଏହି ସମସ୍ୟାର ସମାଧାନ ପାଇଁ ସେମାନେ ଇଣ୍ଟରନେଟରୁ ଅନେକ ଟିପ୍ସକୁ ମଧ୍ୟ ଫଲୋ କରିଥାନ୍ତି । ଏପରି ପରିସ୍ଥିତିରେ ଆପଣ ଯଦି ସ୍କିନକୁ ସପ୍ଟ ଏବଂ ଗ୍ଲୋ କରିବାକୁ ଚାହୁଁଛନ୍ତି ତେବେ ଉପାୟ ବିଷୟରେ ଆସନ୍ତୁ ଜାଣିବା । ଯାହା ଆପଣଙ୍କ ସମସ୍ୟା ଦୂର କରିବାରେ ନିଶ୍ଚୟ ସାହାଯ୍ୟ କରିବ ।
ମୁହଁ ଧୋଇବା ସହିତ ସ୍କିନର ସପ୍ଟନେସ୍ ପାଇଁ ମଶ୍ଚୁରାଇଜ କରିବା ନିହାତି ଜରୁରୀ । ଆଲୋଭେରା ଜେଲ୍ ଏବଂ ଯେକୌଣସି କ୍ରିମ୍ ଲଗାନ୍ତୁ । ମଶ୍ଚୁରାଇଜ କରିବା ଦ୍ବାରା ତ୍ବଚାକୁ ଥଣ୍ଡା ରଖିଥାଏ । ତେଣୁ ସପ୍ତାହରେ ୨ଥର ହାଲକା ସ୍କ୍ରବ୍ କରିବା ତ୍ବଚା ପାଇଁ ଲାଭଦାୟକ । ଯାହା ଡେଡ୍ ସ୍କିନକୁ ହଟାଇବାରେ ସାହାଯ୍ୟ କରିଥାଏ ।
ଖରା ଦିନେ ସ୍କିନକୁ ନେଇ ଚିନ୍ତିତ କି ? କେମିତି କରିବେ ଟ୍ୟାନ ରିମୁଭ ?
Facebook
Twitter
LinkedIn
Facebook
Twitter
LinkedIn
Recent News
୪ ଟି ଜିନିଷ ଆପଣଙ୍କୁ ହାଡକୁ କରିବ ଦୁର୍ବଳ !
ବ୍ୟୁରୋ : ଦିନକୁ ଦିନ ବଦଳୁଥିବା ଖାଦ୍ୟ ପାନୀୟର ଭୁଲ୍ ଅଭ୍ୟାସ ଯୋଗୁଁ ଆଜି ପ୍ରତି ୫ ଜଣରେ ଜଣେ ବ୍ୟକ୍ତି କୌଣସି ନା କୌଣସି ସ୍ବାସ୍ଥ୍ୟ...
ନବକଳେବର ହେବ କଲେକ୍ଟରେଟ ବିଲ୍ଡିଂ
ଭୁବନେଶ୍ୱର : ସବୁ ଜିଲ୍ଲାପାଳ କାର୍ଯ୍ୟାଳୟ ଗୁଡିକର ହେବ ନବକଳେବର । ମଡେଲ ଯୋଜନା ଅନୁଯାୟୀ ନୂଆ କଲେକ୍ଟରେଟ କୋଠା ନିର୍ମାଣ ହେବ । କଲେକ୍ଟରେଟ କୋଠାରେ...
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ
ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...
୯ ଜେଲରୁ ୧୩ କଏଦୀ ଫେରାର
ଭୁବନେଶ୍ୱର : ଜେଲରୁ କଏଦୀ ଫେରାର ନେଇ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର । ଗତବର୍ଷ ଜୁଲାଇରୁ ଏଯାବତ ୯ଟି ଜେଲରୁ ୧୩ କଏଦୀ ଫେରାର ହୋଇଛନ୍ତି ।...










