The Ultimate Managed Hosting Platform
ADVERTISEMENT

ଖବର ଗୁଜବ, ମୁଁ ସୁସ୍ଥ : ଜୁଏଲ ଓରାମ

Facebook
Twitter
LinkedIn

ଭୁବନେଶ୍ୱର : ସ୍ୱାସ୍ଥ୍ୟବସ୍ଥାକୁ ନେଇ ପ୍ରଚାରିତ ଖବର ଗୁଜବ କହିଲେ ଜୁଏଲ ଓରାମ । କେନ୍ଦ୍ର ମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି, ସେ ସଂପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି ଏବଂ ତାଙ୍କ କାମ କରୁଛନ୍ତି । ତାଙ୍କ ନାମରେ ଗୁଜବ ପ୍ରଚାରିତ ହେଉଛି । ଗୁଜବ ଉପରେ ଧ୍ୟାନ ନ ଦେଇ ସତ୍ୟତା ଉପରେ ବିଶ୍ବାସ କରିବାକୁ ସମସ୍ତଙ୍କୁ ଅପିଲ୍ କରିଛନ୍ତି ।ପ୍ରଚାରିତ ଖବର ଅନୁଯାୟୀ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଗୋଡୱାନା ଏକ୍ସପ୍ରେସରେ ଦିଲ୍ଲୀରୁ ଜବଲପୁର ଯାଉଥିବା ହଠାତ୍ ଟ୍ରେନ ସିଟରୁ ଅଚାନକ କୁଆଡ଼େ ଚାଲିଯାଇଥିଲେ । କେନ୍ଦ୍ର ମନ୍ତ୍ରୀ ଭୋର୍ ୩.୪୫ ସମୟରେ ଦମୋହ ଷ୍ଟେସନରେ ଓହ୍ଲାଇଥିଲେ । ଓହ୍ଲାଇବା ବେଳେ ତାଙ୍କର ସୁଗାର ଲେବଲ କମି ଯାଇଥିଲା । ଫଳରେ ଚଳନ୍ତା ଟ୍ରେନରେ ଚଢୁ ଚଢୁ ମନ୍ତ୍ରୀଙ୍କ ପାଦ ଖସି ଯାଇଥିଲା । ତାଙ୍କ ହାତ, ଗୋଡ଼ରେ ଆଘାତ ଲାଗିଥିଲା । ଠିକ୍ ସେହି ସମୟରେ ଅନ୍ୟ ପ୍ଲାଟଫର୍ମରେ ସଂପର୍କ କ୍ରାନ୍ତି ଏକ୍ସପ୍ରେସ୍ ଆସୁଥିବା ଦେଖି ଜୁଏଲ ଉକ୍ତ ଟ୍ରେନରେ ଚଢ଼ି ଯାଇଥିଲେ । ୩ ଘଣ୍ଟାର ଖୋଜାଖୋଜି ପରେ ୧୬୨ କି.ମି ଦୂର ସିହୋରା ଷ୍ଟେସନରେ ମନ୍ତ୍ରୀଙ୍କୁ ଖୋଜି ପାଇଥିଲେ ରେଲୱେ କର୍ମଚାରୀ ଆଇ କେନ୍ଦ୍ରମନ୍ତ୍ରୀ ସଂପର୍କ କ୍ରାନ୍ତି ଏକ୍ସପ୍ରେସର କୋଚ୍ ନମ୍ବର ବି-୩ ରେ ବର୍ଥ ନମ୍ବର ୫୭ ରେ ବସିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ତାଙ୍କ ପ୍ରଶଂସକ ଚିନ୍ତାରେ ପଡିଯାଇଥିଲେ । ହେଲେ ମନ୍ତ୍ରୀ ନିଜେ ଟ୍ବିଟ୍ କରି ଏଭଳି ଗୁଜବରୁ ଦୂରେଇ ରହିବାକୁ ସମସ୍ତଙ୍କୁ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login