The Ultimate Managed Hosting Platform
ADVERTISEMENT

କୋଷ୍ଠ କାଠିନ୍ୟକୁ ଦୂର କରେ ଧନିଆପାଣି

Facebook
Twitter
LinkedIn

ବ୍ୟୁରୋ : ଧନିଆରେ ଭିଟାମିନ୍ ସି, ଏ, କେ, ବି୬, କ୍ୟାଲସିୟମ, ଆଇରନ୍, ମ୍ୟାଗ୍ନେସିୟମ, ଫସଫରସ, ପୋଟାସିୟମ୍, କପର୍, ଜିଙ୍କ୍, ସେଲେସିୟମ୍, ମାଙ୍ଗାନିଜ, ସୋଡିୟମ, ଫୋଲେଟ, ଥିୟାମିନ୍, ନିଆସିନ୍, ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଇମ୍ଫେମେଟେରୀ ଭଳି ଗୁଣ ଥାଏ ।ଧନିଆ ପାଣି ଅନ୍ତନଳୀ ସ୍ବାସ୍ଥ୍ୟକୁ ଭଲ ରଖିଥାଏ । ଏହା ସହିତ କୋଷ୍ଠକାଠିନ୍ୟ ଭଳି ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଏସିଡିଟି ଏବଂ ଡାଇବେଟିସ ଭଳି ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ । ଏହି ପାଣି ଡାଏଟ୍ ପାଇଁ ଖୁବ୍ ଉପଯୋଗୀ ହୋଇଥାଏ । ଧନିଆ ପାଣି ପିଇବା ଦ୍ବାରା ଆପଣଙ୍କ ଶରୀରରେ ଥିବା ମେଟାବୋଲେଜିୟମକୁ ବୃଦ୍ଧି କରି ଓଜନ ହ୍ରାସର ଯାତ୍ରାକୁ ସହଜ କରିଦେଇଥାଏ ।
ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ସବୁଜ ଧନିଆ ପତ୍ର ଧୋଇ ଦିଅନ୍ତୁ, ପରିଷ୍କାର ପତ୍ରକୁ ଅଲଗା କରନ୍ତୁ ଏବଂ ଦୁଇ ଚାମଚ ପାଣି ଦେଇ ଏହାକୁ ଗ୍ରାଇଣ୍ଡ୍ କରନ୍ତୁ । ଏବେ ଏହି ମିଶ୍ରଣକୁ ଏକ ଗ୍ଲାସ ପାଣିରେ ପକାଇ ଫୁଟାନ୍ତୁ । ଫୁଟିବା ପରେ ଏହି ପାଣିକୁ ଏକ ଗ୍ଲାସରେ ଢାଳନ୍ତୁ ଏବଂ ବର୍ତ୍ତମାନ ସ୍ୱାଦ ଅନୁଯାୟୀ କଳା ଲୁଣ ଏବଂ ଲେମ୍ବୁ ରସ ମିଶାଇ ପିଅନ୍ତୁ । ଏହା ଆପଣଙ୍କ ହଜମ ଶକ୍ତିକୁ ଭଲ କରିବ ଏବଂ ଆପଣଙ୍କ ସୁଗାର ଲେବଲ ମଧ୍ୟ କମ୍ କରିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login