ଭୁବନେଶ୍ୱର : ରାଜଧାନୀରେ କରୋନା ଚିହ୍ନଟ ନେଇ ସ୍ୱାସ୍ଥ୍ୟ ସଚିବଙ୍କ ପ୍ରତିକ୍ରିୟା । କୋଭିଡକୁ ନେଇ ବ୍ୟସ୍ତ ନ ହେବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ସଚିବ । ନୂଆ ଭାରିଆଣ୍ଟରେ ସିଭିୟରିଟି କମ ରହିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ କୈାଣସି ନୂତନ ଗାଇଡଲାଇନ ଆସିନି । ପଜିଟିଭ ଚିହ୍ନଟ ବ୍ୟକ୍ତି ଜଣକ ଭଲ ଅଛନ୍ତି । ବ୍ୟକ୍ତି ଜଣକ କରୋନା ସହ ବହୁବିଦ୍ଧ ରୋଗରେ ଆକ୍ରାନ୍ତ ଅଛନ୍ତି । ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଆସିଛି ନଜର ରଖିବାକୁ। ସ୍ଵାସ୍ଥ୍ୟ ବିଭାଗ ସଜାଗ ଅଛି। ଏବେ ଦେଶରେ କୋଭିଡ ସଂକ୍ରମିତଙ୍କଠାରେ ଯେଉଁ ଷ୍ଟ୍ରେନ ରହିଛି ତାହା ସେତେ ବିପଜ୍ଜନକ ନୁହେଁ । ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ସେ କହିଛନ୍ତି।
Views: 41