ବାଲୁଗାଁ : ବାଲୁଗାଁ ଷ୍ଟେସନ ପାଖରେ ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ । ବିଶାଖାପାଟଣାରୁ ଖଡ଼ଗପୁର ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନର ଗୋଟିଏ ବଗିରେ ନିଆଁ ଲାଗି ଧୂଆଁ ବାହାରିଥିଲା । ଚିଲିକା ଷ୍ଟେସନରୁ ଖବର ପାଇ ବାଲୁଗାଁ ୪ ନମ୍ବର ପ୍ଲାଟଫର୍ମରେ ଟ୍ରେନଟି ଅଟକି ଥିଲା । ବାଲୁଗାଁ ଅଗ୍ନିଶମ ବାହିନୀ ସହାୟତାରେ ନିଆଁ ଲିଭା ଯାଇଛି। ମାଲବାହୀ ଟ୍ରେନର ଗୋଟିଏ ବଗିରେ ନିଆଁ ଏହି ନିଆଁ ଲାଗିଥିବା ସୂଚନା ମିଳିଛି । ଅତ୍ୟଧିକ ଖରା ଯୋଗୁ କୋଇଲାକୁ କୋଇଲା ଘସି ହୋଇ ନିଆଁ ଲାଗିଥିବା ଅନୁମାନ।
Views: 40