The Ultimate Managed Hosting Platform
ADVERTISEMENT

କେନ୍ଦୁଝର ଘଟଗାଁ ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଡିପିଆର, ଓଡିଆ ନୂଆବର୍ଷରେ ଦର୍ଶନ ବେଳେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

Facebook
Twitter
LinkedIn

କେନ୍ଦୁଝର : କେନ୍ଦୁଝର ଘଟଗାଁ ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଡିପିଆର । ଓଡିଆ ନୂଆବର୍ଷରେ ଦର୍ଶନ ବେଳେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ । ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ଏହି ଅର୍ଥରେ ଉନ୍ନତିକରଣ କାମ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମହାବିଷୁବ ବା ପଣା ସଂକ୍ରାନ୍ତି ଅବସରରେ କେନ୍ଦୁଝର ଜିଲ୍ଲା ଘଟଗାଁ ମା’ ତାରିଣୀଙ୍କ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ମା’ ତାରିଣୀଙ୍କର ୮୯ ତମ ଚଇତି ପର୍ବର ଆଜି ୬ଷ୍ଠ ଦିନ ତଥା ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ ଅବସରରେ ଆଜି ମା’ଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଛି । ଏହାକୁ ଦୃଷ୍ଟିରେ ରଖି, ଶ୍ରଦ୍ଧାଳୁଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମନ୍ଦିରରେ ଭଜନ, ନୃତ୍ୟ,ଗୀତ ଆୟୋଜନ କରାଯାଉଛି । ଶ୍ରଦ୍ଧାଳୁଙ୍କୁ ମାଗଣାରେ ଅନ୍ନପ୍ରସାଦ ଓ ପଣା ବଣ୍ଟନର ବ୍ୟବସ୍ଥା କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login