The Ultimate Managed Hosting Platform
ADVERTISEMENT

କେନାଲକୁ ଖସିଲା ୧୦୮ ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

Facebook
Twitter
LinkedIn

ବାଲିପାଟଣା : କେନାଲ ଭିତରକୁ ଓଲଟି ପଡିଲା ଆମ୍ବୁଲାନ୍ସ । ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ଏକ ୧୦୮ ଆମ୍ବୁଲାନ୍ସ ରୋଗୀ ଆଣିବାକୁ ଯାଉଥିବା ସମୟରେ ସଫେଇ କେନାଲ ଭିତରକୁ ଓଲଟି ପଡିଛି। ଗାଡିଟି ପାଣିରେ ପଡିଥିବା ବେଳେ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି।ଶନିବାର ଭୋର ପ୍ରାୟ ୫ ଟାରେ ରୋଗୀ ଆଣିବାକୁ ଚଣାହଟ୍ଟା ରାଜସ୍ବ ରାସ୍ତାର ଯାଉଥିବା ବେଳେ କୁଳନ୍ତିରା ମୌଜା ନିକଟରେ ଗାଡିଟି ପାଣି ଭରା ସଫେଇ କେନାଲକୁ ଖସି ପଡିଛି।ଆମ୍ବୁଲାନ୍ସ ଆଗକୁ ଏକ ଷଣ୍ଢ ଚାଲିଆସିବାରୁ ଚାଳକ ଷଣ୍ଢକୁ ଧକ୍କାରୁ ବଞ୍ଚାଇବାକୁ ଯାଇ ଅନ୍ୟ ଦିଗକୁ ଆମ୍ବୁଲାନ୍ସ ଚଳାଇଥିଲେ।ଫଳରେ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି ।ଖବର ପାଇ ଘଟଣା ସ୍ଥଳରେ ବାଲିପାଟଣା ପିସିଆର ଏବଂ ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login