ଭୁବନେଶ୍ୱର : ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଏବେ ଚାଲିଛି ଦଳ ଡିଆଁ ପର୍ବ । କିଏ କେତେ ବେଳେ କେଉଁ ଦଳକୁ ଡେଉଁଛି ତାହା ବୁଝିବା ମୁଶ୍କିଲ । ତେବେ ବର୍ତ୍ତମାନ ସବୁଠି ଚର୍ଚ୍ଚା ହେଉଛି କି ବିଜେଡିରେ ଥିବା ବିଧାୟକ ମାନେ ବିଜେଡି ଛାଡି ବିଜେପିରେ ମିଶିଛନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ସିଟି ଏମଏଲଏ ବିଜେଡିରୁ ଯାଇ ବିଜେପିରେ ମିଶିଛନ୍ତି । ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେଡିରୁ ଯାଇ ବିଜେପିରେ ମିଶିଛନ୍ତି । ସେହିପରି ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ , ଆଠମଲ୍ଲିକ ବିଧାୟକ ରମେଶ ସାଏ, ନୀଳଗିରି ବିଧାୟକ ସୁକାନ୍ତ ନାୟକ , ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ବିଜେଡିରୁ ଯାଇ ବିଜେପିରେ ମିଶିଛନ୍ତି ।
Views: 75