ଭୁବନେଶ୍ୱର : ନୂଆ ରୂପରେ ପୁପିନ୍ଦର । ପୁଣି ଓଡିଆ ଦର୍ଶକଙ୍କ ପାଇଂ ଭରପୂର ମନୋରଂଜନ ସହ ଏଣ୍ଟଟେରମେଣ୍ଟ କରିବେ । ପୁପିନ୍ଦରଙ୍କ ଅଭିନୀତ ଏକ ଓଡ଼ିଆ ଛବି ମୁକ୍ତି ପ୍ରତୀକ୍ଷାରେ ରହିଛି। ଏହି ସିନେମାର ଶୀର୍ଷକ ‘ଭଗିଆ ଭାରିଯା’। ଏଥିରେ ତାଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ଏଥିରେ ପୁପିନ୍ଦରଙ୍କ ଅଭିନୀତ ଚରିତ୍ର ହେଲା ‘ରଙ୍ଗୋଲୀ’। ରଙ୍ଗୋଲୀ ଜଣେ କିନ୍ନର। ସେ ଜଣେ ସିନେ ପ୍ରଯୋଜକଙ୍କର ସବୁ କଥା ବୁଝାବୁଝି କରୁଥିବା ଲୋକ। ମେକ୍-ଅପ୍ଠୁ ଆରମ୍ଭ କରି ପ୍ରଡକ୍ସନ୍ର ସବୁ କାମ ସେ ବୁଝାଶୁଝା କରେ। କିନ୍ତୁ, ତା’ ଜୀବନର ଏମିତି କିଛି ଘଟଣା ରହିଛି, ଯାହାକୁ କେବଳ ‘ଭଗିଆ ଭାରିଯା’ ସିନେମାରେ ହିଁ ଦେଖିହେବ। ପୁପିନ୍ଦର କହନ୍ତି, ଯେତେବେଳେ ଫିଲ୍ମର ପ୍ରଯୋଜକ ତଥା କାହାଣୀକାର ହରିହର ମହାପାତ୍ର ‘ରଙ୍ଗୋଲୀ’ ପାଇଁ ଅଫର୍ ଦେଲେ, ମୁଁ ରୋକ୍ଠୋକ୍ ମନା କରିଥିଲି। କିନ୍ତୁ, ହରିଭାଇ କହିଲେ, ଏଇ ରୋଲ୍ଟା କର, ତତେ ଭଲ ଲାଗିବ। ତୁ ପାରିବୁ। ହରିଭାଇ ଏମିତି ବୁଝାଇଲେ ଯେ, ମୁଁ ନିଷ୍ପତ୍ତି ବଦଳାଇବାକୁ ରାଜି ହୋଇଗଲି। ଏହି ରୋଲ୍ ପାଇଁ ମେକ୍ଅପ୍ ନେବାକୁ ପାଖାପାଖି ଦୁଇଘଣ୍ଟା ସମୟ ଲାଗୁଥିଲା ବୋଲି ପୁପିନ୍ଦର କହିଛନ୍ତି।
କିନ୍ନର ଭୂମିକାରେ ପୁପିନ୍ଦର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











