ଭୁବନେଶ୍ୱର : ନୂଆ ରୂପରେ ପୁପିନ୍ଦର । ପୁଣି ଓଡିଆ ଦର୍ଶକଙ୍କ ପାଇଂ ଭରପୂର ମନୋରଂଜନ ସହ ଏଣ୍ଟଟେରମେଣ୍ଟ କରିବେ । ପୁପିନ୍ଦରଙ୍କ ଅଭିନୀତ ଏକ ଓଡ଼ିଆ ଛବି ମୁକ୍ତି ପ୍ରତୀକ୍ଷାରେ ରହିଛି। ଏହି ସିନେମାର ଶୀର୍ଷକ ‘ଭଗିଆ ଭାରିଯା’। ଏଥିରେ ତାଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ଏଥିରେ ପୁପିନ୍ଦରଙ୍କ ଅଭିନୀତ ଚରିତ୍ର ହେଲା ‘ରଙ୍ଗୋଲୀ’। ରଙ୍ଗୋଲୀ ଜଣେ କିନ୍ନର। ସେ ଜଣେ ସିନେ ପ୍ରଯୋଜକଙ୍କର ସବୁ କଥା ବୁଝାବୁଝି କରୁଥିବା ଲୋକ। ମେକ୍-ଅପ୍ଠୁ ଆରମ୍ଭ କରି ପ୍ରଡକ୍ସନ୍ର ସବୁ କାମ ସେ ବୁଝାଶୁଝା କରେ। କିନ୍ତୁ, ତା’ ଜୀବନର ଏମିତି କିଛି ଘଟଣା ରହିଛି, ଯାହାକୁ କେବଳ ‘ଭଗିଆ ଭାରିଯା’ ସିନେମାରେ ହିଁ ଦେଖିହେବ। ପୁପିନ୍ଦର କହନ୍ତି, ଯେତେବେଳେ ଫିଲ୍ମର ପ୍ରଯୋଜକ ତଥା କାହାଣୀକାର ହରିହର ମହାପାତ୍ର ‘ରଙ୍ଗୋଲୀ’ ପାଇଁ ଅଫର୍ ଦେଲେ, ମୁଁ ରୋକ୍ଠୋକ୍ ମନା କରିଥିଲି। କିନ୍ତୁ, ହରିଭାଇ କହିଲେ, ଏଇ ରୋଲ୍ଟା କର, ତତେ ଭଲ ଲାଗିବ। ତୁ ପାରିବୁ। ହରିଭାଇ ଏମିତି ବୁଝାଇଲେ ଯେ, ମୁଁ ନିଷ୍ପତ୍ତି ବଦଳାଇବାକୁ ରାଜି ହୋଇଗଲି। ଏହି ରୋଲ୍ ପାଇଁ ମେକ୍ଅପ୍ ନେବାକୁ ପାଖାପାଖି ଦୁଇଘଣ୍ଟା ସମୟ ଲାଗୁଥିଲା ବୋଲି ପୁପିନ୍ଦର କହିଛନ୍ତି।
କିନ୍ନର ଭୂମିକାରେ ପୁପିନ୍ଦର
![](https://shapathnews.com/wp-content/uploads/2024/01/Capture-267.jpg)
Facebook
Twitter
LinkedIn
Facebook
Twitter
LinkedIn
Recent News
ଜଗଦେ୍ଦବଙ୍କ ଜାମିନ ଆବେଦନ ଖାରଜ
ଭୁବନେଶ୍ୱର : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେ୍ଦବଙ୍କ ଜାମିନ ଆବେଦନ ଖାରଜ । ଜାମିନ ଆବେଦନ ଖାରଜ କଲେ ଅତିରିକ୍ତ ଜିଲ୍ଲା ଦୈାରାଜଜ-୨ । ବୁଥ ଗଣ୍ଡଗୋଳ...
ପ୍ରବଳ ଯନ୍ତ୍ରଣା ଭୋଗୁଥିଲେ ପ୍ରସୂତୀ, ବସ ଭିତରେ ପ୍ରସବ କରାଇଲେ ଡାକ୍ତର
ନୂଆଦିଲ୍ଲୀ : ବସ ଭିତରେ ପ୍ରବଳ ଯନ୍ତ୍ରଣା ଭୋଗୁଥିଲେ ପ୍ରସୂତୀ । ପ୍ରସବ କରାଇଲେ ଡାକ୍ତର । ବୁଧବାର ଦିନ କେରଳର ଘଟିଛି ଏଭଳି ଘଟଣା ।...
ହସ ମନି ମାମଲାରେ ଟ୍ରମ୍ପ ହେଲେ ଦୋଷୀ ସାବ୍ୟସ୍ତ , ହୋଇପାରେ ୪ ବର୍ଷ ଜେଲ
ୱାଶିଂଟନ: ହସ୍ ମନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ୩୪ଟି ଆରୋପର ତଦନ୍ତ ପରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।...
୩ ଦିନ ହିଟୱେଭ୍; ସତର୍କ ରୁହନ୍ତୁ
ଭୁବନେଶ୍ୱର : ହିଟୱେଭ ନେଇ ସତର୍କ କଲେ ଏସଆରସି ସତ୍ୟବ୍ରତ ସାହୁ । ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗାମୀ ଦିନ ହିଟୱେଭ । ୩ ତାରିଖ...