The Ultimate Managed Hosting Platform
ADVERTISEMENT

କିଙ୍ଗଡମ୍ ଅଫ ଡିମ୍ସରେ ଭୟଙ୍କର ଅଗ୍ନିକାଣ୍ଡ

Facebook
Twitter
LinkedIn

ନୂଆଦିଲ୍ଲୀ : ହରିୟାଣା ଗୁରୁଗାଓଁରେ ଥିବା କିଙ୍ଗଡମ୍ ଅଫ୍ ଡ୍ରିମ୍ସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ଦମକଳ ବାହିନୀ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି । କିଙ୍ଗଡମ୍ ଅଫ୍ ଡ୍ରିମ୍ସର କଲଚର୍ ଗ୍ୟାଲେରୀରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଯୋଗୁଁ ବିପୁଳି କ୍ଷୟକ୍ଷତି ହୋଇଛି । ସୂଚନା ପାଇବା ମାତ୍ରେ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ନିଆଁ ସକାଳ ୬.୩୦ ମିନିଟରେ ଲାଗିଥିବା ଜଣାପଡିଛି । ଯେଉଁ ସ୍ଥାନରେ ନିଆଁ ଲାଗିଛି, ସେହି ସ୍ଥାନର ନିର୍ମାଣରେ ଫାଇବର ବ୍ୟବହାର କରାଯାଇଥିଲା । ତେଣୁ ଏହା ତୁରନ୍ତ ନିଆଁ ଧରିବାରେ ସହାୟକ ହୋଇଥିଲା । ଘଟଣା ସ୍ଥଳରେ ୧୨ଟି ଦମକଳ ଗାଡି ନିଆଁ ଲିଭାଇବାରେ ନିୟୋଜିତ ହୋଇଥିଲା । ଯେଉଁ ସ୍ଥାନରେ ନିଆଁ ଲାଗିଛି, ସେଠାରେ ୧୪ଟି ରାଜ୍ୟର ଖାଇବା ପରଷା ଯାଉଥିଲା । ତେବେ ଭୀଷଣ ନିଆଁ ଯୋଗୁଁ ଗ୍ୟାଲେରୀର ଛାତ ଏବଂ ସଂଲଗ୍ନ ଥିବା କାନ୍ଥ ମଧ୍ୟ ଖସି ପଡିଥିଲା । ଦମକଳ ବାହିନୀ କର୍ମୀ ଯେଉଁ ସ୍ଥାନରେ ଠିଆ ହୋଇଥିଲେ, ସେଠାରେ ଏହି ଅଘଟଣ ଘଟିଥିଲା । ଏହି ଘଟଣାରେ କାହାର କିଛି କ୍ଷତି ହୋଇନାହିଁ । ନିଆଁ ଲାଗିବାର କାରଣ ଏପର୍ୟ୍ୟନ୍ତ ଜଣାପଡିନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login