The Ultimate Managed Hosting Platform
ADVERTISEMENT

କାଶ୍ମୀର ସୀମାରେ ଖୋଲିଲା କଣ୍ଟ୍ରୋଲ ରୁମ: ଜଳ,ସ୍ଥଳ ଆକାଶ ପଥରେ ସତର୍କତା, ଆରବ ସାଗରରେ ଯୁଦ୍ଧ ଜାହାଜ ମୁତୟନ

Facebook
Twitter
LinkedIn

ନୂଆଦିଲ୍ଲୀ : କାଶ୍ମୀର ସୀମାରେ ଖୋଲିଲା କଣ୍ଟ୍ରୋଲ ରୁମ । ସୀମାକୁ ଲାଗିଥିବା ୧୦ ଜିଲ୍ଲାରେ ଖୋଲିଲା କଣ୍ଟ୍ରୋଲ ରୁମ । ପରିସ୍ଥିତି ଉପରେ ନଜର ରଖିବାକୁ ଖୋଲାଗଲା କଣ୍ଟ୍ରୋଲ ରୁମ । ଭାରତର ଜଳ, ସ୍ଥଳ ଆକାଶପଥରେ ସତର୍କତା ଜାରି । ଯେ କୈାଣସି ପରିସ୍ଥିତି ମୁକାବିଲା ପାଇଁ ଭାରତ ପ୍ରସ୍ତୁତ । ପାକିସ୍ତାନକୁ କଡା ଜବାବ ଦେବାକୁ ଭାରତୀୟ ସେନା ପ୍ରସ୍ତୁତ । ଅପରେସନ ସିନ୍ଦୂର ପରେ ୩ ପଥରେ ସତର୍କତା ଜାରି । ଆରବ ସାଗରରେ ଭାରତର ଯୁଦ୍ଧ ଜାହାଜ ମୁତୟନ ।


ଅପରେସନ ସିନ୍ଦୂର ପରେ ଦେଶରେ ହାଇ ଆଲର୍ଟ । ୨୭ ଏୟାରପୋର୍ଟ ବନ୍ଦ । ପ୍ରାୟ ୪୩୦ ଫ୍ଲାଇଟ୍ ବାତିଲ ହୋଇଛି । ମେ ୧୦ ତାରିଖ ଯାଏଁ ଦେଶର ୨୭ଟି ଏୟାରପୋର୍ଟକୁ ବନ୍ଦ ରଖିବା ଯାଏ ନିଷ୍ପତ୍ତି ହୋଇଛି । ଶ୍ରୀନଗର, ଜମ୍ମୁ, ଲେହ, ଚଣ୍ଡିଗଡ଼, ଅମୃତସର, ଲୁଧିଆନା, ପଟିଆଲ, ଭଟିଣ୍ଡା, ହଲୱାରା, ପଠାନକୋଟ, ଭୁଣ୍ଟାର, ଶିମଲା, ଯୋଧପୁର, ଜୈସଲମେର, ଧର୍ମଶାଳା, ଜାମନଗର, କିଶନଗଡ, ବିକାନେର,ରାଜକୋଟ, ପୌରବନ୍ଦର, ଭୁଜ, ଗ୍ବାଲିଅର ଆଦି ଏୟାରପୋର୍ଟ ବନ୍ଦ ରହିଛି । ଇଣ୍ଡିଗୋ ଏୟାରଲାଇନ୍ସର ୨୬୭ ଟି ବିମାନ, ଏୟାର ଇଣ୍ଡିଆର ୧୦୨ ଟି, ଏୟାର ଇଣ୍ଡିଆ ଏକ୍ସପ୍ରେସର ୭୫ଟି ସ୍ପାଇସ୍ ଜେଟ୍, ଅକାଶା ଏୟାର, ସହ କିଛି ବିଦେଶ ବିମାନକୁ ମଧ୍ୟ ବାତିଲ କରାଯାଇଛି । ଏନେଇ ବେସାମରିକ ବିଭାଗ ପକ୍ଷରୁ ନୂଆ ଆଡଭାଇଜରୀ ଜାରି କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login