ନୂଆଦିଲ୍ଲୀ : କାଶ୍ମୀର ନେଇ ଆଭିମୁଖ୍ୟ ସ୍ପଷ୍ଟ କଲେ ପ୍ରଧାନମନ୍ତ୍ରୀ ମୋଦି । ପିଓକେ ଭାରତକୁ ଫେରିବା ନେଇ କଥା ହୋଇ ପାରିବୁ । ଯଦି ଆତଙ୍କବାଦୀଙ୍କୁ ଆମ ହାତକୁ ଦେବେ ତେବେ କଥା ହେବୁ । ଏହା ବ୍ୟତୀତ ଅନ୍ୟ କୈାଣସି ପ୍ରସଙ୍ଗରେ ଆଲୋଚନା କରିବୁନି । ଆମେ କାହାର ମଧ୍ୟସ୍ଥତା ଚାହୁଁନୁ ସ୍ପଷ୍ଟ କଲେ ମୋଦି । ଆମେ କାହାର ମଧ୍ୟସ୍ଥତା ମଧ୍ୟ ଆବଶ୍ୟକ କରୁନୁ ।
ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟସଭା ଓ ଲୋକସଭା ବିରୋଧୀଦଳ ନେତାଙ୍କ ଚିଠି । ସଂସଦର ସ୍ୱତନ୍ତ୍ର ଅଧିବେଶନ ପାଇଁ ଉଭୟେ ଲେଖିଲେ ଚିଠି । ପହଲଗାମ ଆତଙ୍କୀ ଆକ୍ରମଣ ନେଇ ଆଲୋଚନା ଦାବି କଲେ । ଅପରେସନ ସିନ୍ଦୂର, ଆମେରିକା ପକ୍ଷରୁ ପ୍ରଥମେ ଅସ୍ତ୍ରବିରତି କଥା ଉଲ୍ଲେଖ । ପରେ ଭାରତ ଓ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଘୋଷଣା କଥା ଉଲ୍ଲେଖ । ଏ ନେଇ ଆଲୋଚନା ନେଇ ସ୍ୱତନ୍ତ୍ର ଅଧିବେଶନ ଡକାଯାଉ ଦାବି କଲେ ।
Views: 32