The Ultimate Managed Hosting Platform
ADVERTISEMENT

କାର ଉପରେ ଓଲଟି ପଡିଲା ସିମେଣ୍ଟ ବୋଝେଇ ଟ୍ରକ

Facebook
Twitter
LinkedIn

ନୂଆଦିଲ୍ଲୀ : ସିମେଣ୍ଟ ବୋଝେଇ ଟ୍ରକ ଏକ କାର ଉପରେ ଓଲଟି ପଡିବାରୁ ୯ ଜଣଙ୍କ ଜୀବନ ଚାଲିଯାଇଛି । କାରରେ ଥିବା ଲୋକ ମାନପୁରର ଏକ ବିବାହ ଉତ୍ସବରୁ ଫେରୁଥିଲେ । ମୃତକ ଗୋଟିଏ ପରିବାର ବୋଲି ଜଣାପଡିଛି । ମଧ୍ୟପ୍ରଦେଶ ଝାବୁଆ ମେଘନଗର ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଖବର ମୁତାବକ, ରାଜସ୍ଥାନରୁ ସିମେଣ୍ଟ ନେଇ ଆସୁଥିଲା ଟ୍ରକ୍ । ଝାବୁଆ ମେଘନଗରଠାରେ ଟ୍ରକଟି ଏକ ମାରୁତି ଇକୋ ଉପରେ ଓଲଟି ପଡ଼ିବାରୁ ସେଥିରେ ଥିବା ୧୧ ଜଣଙ୍କ ମଧ୍ୟରୁ ୯ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏହାସହ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଆହତଙ୍କୁ ସ୍ଥାନୀୟ ଲୋକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ରାତି ୩ଟାରୁ ୪ଟା ମଧ୍ୟରେ ଘଟିଲା ଭୟଙ୍କର ଦୁର୍ଘଟଣା । ସମସ୍ତ ଗୋଟିଏ ପରିବାର ବୋଲି ଜଣାପଡିଛି । ଦୁର୍ଘଟଣା କେତେ ଭୟାବହ ହୋଇଥିବା ତାହା ସ୍ପଷ୍ଟ ଜଣାପଡ଼ୁଛି । ଏ ନେଇ ଅଧିକ ସୂଚନା ମିଳିନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login