ଅହମଦାବାଦ : ବିଜୟ ପରେ ବିରୁଷ୍କାଙ୍କ ଖୁସି । ଆଇପିଏଲ-୨୦୨୫ରେ ଆରସିବି ଫାଇନାଲ ମ୍ୟାଚ୍ ଜିତିବା ପରେ ଭାବପ୍ରବଣ ହୋଇଯାଇଥିଲେ ଷ୍ଟାର୍ ବ୍ୟାଟର ବିରାଟ କୋହଲି । ବିଜୟ ପରେ ସେ ଯେତେବେଳେ ପଡିଆରେ ନିଜ ଖୁସି ଜାହିର କରୁଥିଲେ ସେତେବେଳେ ତାଙ୍କ ଆଖିର ଲୁହକୁ ସାରା ଦୁନିଆ ଦେଖୁଥିଲା । କେମିତି ଏହି ବିଜୟ ମୁହୂର୍ତ୍ତ ପାଳିବାକୁ ଜଣେ ୧୮ ବର୍ଷ ଧରି ପ୍ରତୀକ୍ଷା କରିପାରେ ତାର ଉଦାହରଣ ସାଜିଥିଲେ କିଙ୍କ୍ କୋହଲି । ବିରାଟଙ୍କ ଆଖିରେ ଖୁସି ଲୁହ ବୋହି ଆସୁଥିବା ବେଳେ ତାଙ୍କ ଲୁହକୁ ପୋଛି ଦେଇଥିଲେ ତାଙ୍କ ପତ୍ନୀ ଅନୁଷ୍କା ।
ପଡିଆରେ ବିରାଟଙ୍କୁ ଆଲିଙ୍ଗନ ଏବଂ ଚୁମ୍ବନ ଜରିଆରେ ବିଜୟର ଶୁଭେଚ୍ଛା ଅନୁଷ୍କା ଜଣାଇଥିବା ବେଳେ ଅନୁଷ୍କାଙ୍କୁ ଜୋରରେ ଜାବୁଡି ଧରି ଏ ସଫଳତା ପଛରେ ପତ୍ନୀଙ୍କର ବି ହାତ ଥିବା କହି ଅନୁଷ୍କାଙ୍କୁ ବିଜୟର ଶ୍ରେୟ ଦେଇଥିଲେ ବିରାଟ । ତେବେ ଆରସିବି ଯେତେବେଳେ ଜିତିଗଲା ସେତେବେଳେ ଗ୍ୟାଲେରୀରେ ଥିବା ଅନୁଷ୍କା କ୍ଷଣିକ ପାଇଁ ବିଶ୍ବାସ କରି ପାରିନଥିଲେ ଏବଂ ପରେ ଟ୍ରଫି ସହ ଉଭୟ ବିରାଟ- ଅନୁଷ୍କା ବିଭିନ୍ନ ପୋଜରେ ଫଟୋ ଉଠାଇଥିଲେ
ବିଜୟ ପରେ ବିରୁଷ୍କାଙ୍କ ଖୁସି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











