ଯାଜପୁର : ଯାଜପୁର ଜିଲ୍ଲା କୋରେଇ ଥାନା ଆଲୋଡା ଗାଁରେ ହିଙ୍ଗୁଳା ପୂଜା ଅବସରରେ କଳସ ଯାତ୍ରାରେ ନାଚିବାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ଉଭୟ ପକ୍ଷରୁ ୮ ଜଣ ଆହତ । ଆହତ ମାନଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେପଟେ ଅଭିଯୋଗ ପାଇବା ପରେ ପୋଲିସ ୧୧ ଜଣଙ୍କୁ ଅଟକ ରଖି ଘଟଣାର ଛାନଭିନ ଆରମ୍ଭ କରିଛି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ସୂଚନା ମୁତାବକ ଗତ ୩ ଦିନ ଧରି ଗାଁରେ ଚାଲିଥିବା ହିଙ୍ଗୁଳା ପୂଜାର ଗତକାଲି ଉଦଯାପନୀ ଉତ୍ସବରେ କଳସ ଶୋଭା ଯାତ୍ରା ହେଉଥିବା ସମୟରେ କୈାଣସି କାରଣରୁ ଠେଲାପେଲାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରିସ୍ଥିତି ବିଗିଡି ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା । ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି କୋରେଇ ପୋଲିସ ।
Views: 56