The Ultimate Managed Hosting Platform
ADVERTISEMENT

କଲେଜ ପିଲା ପଢିବେ ଷ୍ଟକ ଏକ୍ସଚେଞ୍ଜ-ମନ୍ତ୍ରୀ

Facebook
Twitter
LinkedIn

ଭୁବନେଶ୍ୱର : କଲେଜ ପିଲା ପଢ଼ିବେ ଷ୍ଟକ୍ ଏକ୍ସଚେଞ୍ଜ୍ ପାଠ । କଲେଜରୁ ଶିଖିବେ ଷ୍ଟକ୍ ମାର୍କେଟରୁ ଟଙ୍କା ରୋଜଗାର କରିବାର କଳା । ଏନେଇ ଉଚ୍ଚଶିକ୍ଷା ବିଭାଗ ସହ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ଏକ ଏମଓୟୁ ସ୍ବାକ୍ଷରିତ ହୋଇଛି । ତୋଷାଳୀ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଏହି ଚୁକ୍ତି କରାଯାଇଛି । ରାଜ୍ୟର ବିଭିନ୍ନ କଲେଜରେ NSE ପକ୍ଷରୁ ଇଣ୍ଟନସିପ୍ ମାଧ୍ୟମରେ ଏହି ପ୍ରଶିକ୍ଷଣ ଦିଆଯିବ । ଏହାଦ୍ୱାରା କଲେଜ ପଢ଼ା ସହ କିମ୍ବା କଲେଜ ପରେ ଫାଇନାନ୍ସସିଆଲ୍ ଆଡଭାଇଜର୍, ଷ୍ଟକ୍ ବ୍ରୋକର ଭଳି କାର୍ୟ୍ୟ କରିପାରିବେ ଛାତ୍ରଛାତ୍ରୀ । ଲେଭଲ ୧ ଏବଂ ୨ ଦୁଇଟିରେ ଏହି ପ୍ରଶିକ୍ଷଣ ଦିଆଯିବ । ସାଧାରଣତଃ ଯୁକ୍ତ ତିନି ଶେଷ ବର୍ଷ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀଙ୍କୁ ନଜରରେ ରଖି ଏହି କାର୍ୟ୍ୟକ୍ରମ ହାତକୁ ନିଆଯାଇଛି । ଅନ୍ୟ ବିଭାଗର ପିଲାମାନେ ମଧ୍ୟ ଏହି ଟ୍ରେନିଂ ନେଇପାରିବେ ବୋଲି ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login