ସମ୍ବଲପୁର : ବାଘଠୁ ହିଂସ୍ର ହୋଇଗଲା ମଣିଷ । କଲରାପତରିଆ ବାଘକୁ ମାରି ଖାଇଗଲେ । ବେଧଡକ ଭାବେ ଚାଲିଛି ବନ୍ୟଜନ୍ତୁ ଶିକାର । ବାଘ ଶିକାର କରି ମାଂସ ଘରେ ରଖାଯାଇଥିଲା । ବନ ବିଭାଗ ଚଢାଉ କରି ବାଘ ଚମଡା ସହ ବାଘ ମାଂସ ଜବତ କରାଯାଉଥିବା ବେଳେ ଜବତ କରାଯାଇଛି । ସମ୍ବଲପୁର ରେଢାଖୋଲ ବନଖଣ୍ଡ କାଙ୍କଦରରେ ବନ ବିଭାଗ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଏହା ସହ ହରିଣ ଶିଙ୍ଗ, ଗୋଟିଏ ଚୋରା ଦେଶୀ ବନ୍ଧୁକ , ଭୁଜାଲି , ୫ ଗୁଳି ଆଦି ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଛି । ବେଆଇନ ଚୋରା କାରାବାରରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ବନ ବିଭାଗ ଗିରଫ କରିଛି । ଏ ବନ ବିଭାଗ ଅଧିକ ତଦନ୍ତ ଚଳାଇଛି ।
Views: 74











