The Ultimate Managed Hosting Platform
ADVERTISEMENT

କର୍ଣ୍ଣାଟକରେ ହାଇୱେରେ ୧୫ ଥର ଓଲଟିଲା କାର, ୩ ଜଣଙ୍କର ଚାଲିଗଲା ଜୀବନ

Facebook
Twitter
LinkedIn

ନୂଆଦିଲ୍ଲୀ : କର୍ଣ୍ଣାଟକରେ ଛାତିଥରା ଦୁର୍ଘଟଣା । ଚିତ୍ରାଦୁରଗା ଜିଲ୍ଲାର ମୋନକାଲମୁରୁ ତାଲୁକର ବମ୍ମାକାନହଲ୍ଲୀ ମସଜିଦ ନିକଟରେ ଘଟିଛି ଦୁର୍ଘଟଣା । ଏହି ଦୁର୍ଘଟଣାରେ ତିନି ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ମଧ୍ୟ ଅଛନ୍ତି । ଗତକାଲି ସକାଳେ ଘଟିଥିଲା ଏହି ଦୁର୍ଘଟଣା । କାରଟି ଚାଲ୍ଲାକେରରୁ ମୋଲାକାଲମୁରୁ ଦେଇ ବେଲ୍ଲାରୀ ଯାଉଥିଲା । ଏହି ମର୍ମନ୍ତୁଦ ଦୁର୍ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି ଯେଉଁଥିରେ ଦେଖାଯାଉଛି ଯେ ଏକ କାର ଡିଭାଇଡରରେ ପିଟି ହେବା ପରେ ୧୫ ଥର ଓଲଟି ପଡ଼ିଛି । ପୋଲିସର ସୂଚନା ଅନୁଯାୟୀ, ପରିବାରଟି ମୂଳତଃ ୟାଡିଗରର ବାସିନ୍ଦା । ସେ ବାଙ୍ଗାଲୋରରେ କାମ କରୁଥିଲେ । ଅନ୍ୟପଟେ ଦୁର୍ଘଟଣାର ଭିଡିଓ ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login