ତେଲକୋଇ : କରେଣ୍ଟ ଲାଗି ଶିଶୁପୁତ୍ର ସହ ମାର ଚାଲିଗଲା ଜୀବନ । ନୟାକୋଟ ଥାନା ବାଂଶପାଳ ଗାଁରେ ଘଟିଛି ଅଘଟଣ । ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଲେ । ମଆଆ ପୁଅକୁ ବଞ୍ଚାଇବାକୁ ଯାଇ ଶାଶୁ ଗୁରୁତର । ବିଦ୍ୟୁତ ସଂସ୍ପର୍ଶରେ ଆସି ସ୍ଥାନୀୟ ବାଂଶପାଳ ବଜାରର ସୌମ୍ୟରଞ୍ଜନ ବେହେରାଙ୍କ ସ୍ତ୍ରୀ କଳ୍ପନା ମହାକୁଡ଼ (୨୩). ଓ ୨ ବର୍ଷର ଶିଶୁପୁତ୍ର (ଶୁଭ୍ରଜିତ ବେହେରା) ଙ୍କ ମୃତ୍ୟୁ ଘଟିଥିବା ବେଳେ ମା ଶାନ୍ତିଲତା ବେହେରାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସୂଚନା ଅନୁସାରେ ଆଜି ସକାଳ ସାଢେ଼ ୧୦ଟା ବେଳେ କଳ୍ପନା ମହାକୁଡ଼ ଘର ଅଗଣାରେ ଲୁଗା ଶୁଖାଉଥିବା ବେଳେ ପାଖରେ ଯାଇଥିବା ଇଲେକ୍ଟ୍ରି ତାରଟି ଲୁଗା ଶୁଖାଉଥିବା ତାର ସହିତ ରଷ୍ଟ ହୋଇ ବିଦୁତ୍ ସଂସ୍ପର୍ଶରେ ଲାଗିଯାଇଥିଲା। ଫଳରେ କଳ୍ପନାଙ୍କୁ ବିଦ୍ୟୁତ ଆଘାତ ହୋଇଥିଲା। ପାଖରେ ଥିବା ୨ ବର୍ଷର ଶିଶୁ ପୁତ୍ର ମାର ଚିତ୍କାର ଶୁଣି ମାଙ୍କୁ ଛୁଇଁଥିଲା। ଫଳରେ ଘଟଣା ସ୍ଥଳରେ ମା ଓ ଶିଶୁ ପୁତ୍ରର ମୃତ୍ୟ ଘଟିଥିଲା। ଏହି ସମୟରେ ଶାଶୂ ଶାନ୍ତିଲତା ପାଖକୁ ଯାଇ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ତାଙ୍କୁ ମଧ୍ୟ ବିଦ୍ୟୁତ ଆଘାତ ଲାଗିଥିଲା।
କରେଣ୍ଟ ଲାଗି ଶିଶୁ ପୁତ୍ର ସହ ମାଆ ମୃତ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...