ଝାରସୁଗୁଡା : ଚିକିତ୍ସା ଅବହେଳାରୁ ଆଖି ବୁଜିଲେ ଯବାନଙ୍କ ପତ୍ନୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଟେଙ୍ଗନାମାଲ ଗାଁରେ । ସ୍ବାମୀ ଦେଶକୁ ସୁରକ୍ଷା ଦେଉଥିବା ବେଳେ ସ୍ତ୍ରୀ ଚିକିତ୍ସା ଅବହେଳାରୁ ମୃତ୍ୟୁବରଣ କଲେ । କନ୍ୟା ସନ୍ତାନକୁ ଜନ୍ମ ଦେଇ ଚାଲିଯାଇଛନ୍ତି ସ୍ତ୍ରୀ । ବର୍ଡର ଜଗିଥିବା ଯବାନ ସ୍ତ୍ରୀର ମୃତ୍ୟୁ ଖବର ଶୁଣି ଦୁଃଖରେ ଭାଙ୍ଗିପଡିଛନ୍ତି । ସ୍ତ୍ରୀଙ୍କୁ ସଠିକ ଭାବରେ ଚିକିତ୍ସା ମିଳିନଥିବାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ହତଭାଗା ଯବାନ । ବୁର୍ଲା ଭିମସାରରେ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ଭାରତ ପାକିସ୍ତାନ ଉତ୍ତେଜନା ପାଇଁ ୧୫ ଦିନ ଧରି ଅଚେତ୍ ଥିବା ପ୍ରସୂତି ପତ୍ନୀ ଓ ନବଜାତକ ଶିଶୁ କନ୍ୟାକୁ ଛାଡି ବର୍ଡର ଯାଇଥିଲେ ଯବାନ ଦେବରାଜ ଗଣ୍ଡ । ଦେବରାଜ ସଶସ୍ତ୍ର ସୀମା ବଳରେ କାର୍ୟ୍ୟରତ ଥିବାବେଳେ ପତ୍ନୀ ଲିପି ଗଣ୍ଡ ୨୮ ତାରିଖରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ତେବେ ସେହି ସମୟରେ ଦେବରାଜ ସାଙ୍ଗରେ ଥିଲେ । ପତ୍ନୀଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଆଇସିୟୁରେ ୨୯ ତାରିଖରୁ ଅଚେତ ଅବସ୍ଥାରେ ଥିଲେ ଲିପି । କିନ୍ତୁ ମଲ୍ଟି ଅର୍ଗାନ ଫେଲ୍ୟୁଅର ହେବା ପରେ ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ତେବେ ଆବଶ୍ୟକ ସମୟରେ ତାଙ୍କର ସଠିକ୍ ଚିକିତ୍ସା କରାଯାଇ ନଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ବର୍ଡରରେ ଲଢୁଥିଲେ ଯବାନ ସ୍ୱାମୀ , କିନ୍ତୁ ଚିକିତ୍ସା ଅବହେଳାରୁ ପ୍ରାଣ ହରାଇଲେ ସ୍ତ୍ରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











