ଅଭିନୟ ହେଉ କି ଷ୍ଟାଇଲ୍ ସବୁଥିରେ ପରୀକ୍ଷା ନିରୀକ୍ଷା କରିବାକୁ ଭଲପାଉଥିବା ଅଭିନେତ୍ରୀ ଭୂମି ପେଦନେକର । ବଲିଉଡ୍ରେ ମାତ୍ର ଛ’ ସାତ ବର୍ଷର ଆକ୍ଟିଂ କ୍ୟାରିୟର ତାଙ୍କର । ଏହା ସତ୍ତ୍ୱେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜକୁ ବେଶ୍ ପ୍ରତିଷ୍ଠିତ ଓ ପ୍ରମାଣିତ କରିସାରିଲେଣି ଭୂମି ।
ଚିରାଚରିତ ପ୍ରେମ, ପ୍ରତିଶୋଧ, ପ୍ରତିହିଂସା ଥିବା କଥାବସ୍ତୁ ଅପେକ୍ଷା ଭିନ୍ନ ଧରଣର ଫିଲ୍ମରେ ଅଭିନୟ କରିବାକୁ ଭଲପାଆନ୍ତି ସେ । ବିଶେଷକରି ସ୍ୱଚ୍ଛତା, ମହିଳାମାନେ ସାମ୍ନା କରୁଥିବା ବିଭିନ୍ନ ସାମାଜିକ ସମସ୍ୟା ସମ୍ବଳିତ କଥାବସ୍ତୁ ଥିବା ସିନେମାରେ ଆକ୍ଟିଂ କରିବା ତାଙ୍କର ଅଧିକ ପସନ୍ଦ । ଭୂମି ନିଜର ଷ୍ଟାଇଲ୍, ନିଜ ଲୁକ୍କୁ ନେଇ ସର୍ବଦା ଏକ୍ସପେରିମେଣ୍ଟ କରୁଥାଆନ୍ତି ଓ ଏସବୁର ଫଟୋ, ଭିଡିଓ ପୋଷ୍ଟ କରୁଥାଆନ୍ତି ସୋସିଆଲ ମିଡିଆରେ ।

Views: 157