The Ultimate Managed Hosting Platform
ADVERTISEMENT

କଟକ-ସମ୍ବଲପୁର ରାସ୍ତା କାମ ଚଳିତ ବର୍ଷ ସରିବ : ମନ୍ତ୍ରୀ

Facebook
Twitter
LinkedIn

ଭୁବନେଶ୍ୱର : କଟକ-ସମ୍ବଲପୁର ରାସ୍ତା କାମ ଚଳିତ ବର୍ଷ ଶେଷ ସୁଦ୍ଧା ସରିବ । ସମୀକ୍ଷା ପରେ ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଚଳିତ ବର୍ଷ କେନ୍ଦ୍ର ୧୩ ହଜାର କୋଟିର ନୀତିଗତ ଅନୁମୋଦନ ଦେଇଛି । ସେପ୍ଟେମ୍ବର ସୁଦ୍ଧା ୨ ହଜାର କୋଟି ଟଙ୍କାର ରାସ୍ତା କାମ ସାରିବାକୁ ଲକ୍ଷ୍ୟ । ଗତ ୫ ବର୍ଷରେ ଯେତିକି କାମ ହୋଇଛି ବର୍ଷକରେ ସେତିକି ରାସ୍ତା ହେବ । ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ୨୬୫ କିଲୋମିଟର ବିଶିଷ୍ଟ କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ନିର୍ମାଣ କାମ ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ଏଥିରେ ଯେଉଁ ଏଜେନ୍ସି କାମ କରିଥିଲା, ସେହି ସଂସ୍ତା ଆର୍ଥିକ ରୂପେ ଦୁର୍ବଳ ଥିବା କାରଣରୁ ନିର୍ମାଣ କାମରେ ବିଳମ୍ବ ହୋଇଥିଲା। ଚଳିତ ବର୍ଷ ଶେଷ ସୁଦ୍ଧା ଏହା ଶେଷ ହୋଇଯିବ। ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

ADVERTISEMENT

Login