The Ultimate Managed Hosting Platform
ADVERTISEMENT

ଓୟୁଏଟି ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, କୃଷି ଓ କୃଷକର ଉନ୍ନତି ବିନା ଦେଶର ଉନ୍ନତି ଅସମ୍ଭବ

Facebook
Twitter
LinkedIn

ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ-ଓୟୁଏଟିର ୪୦ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କୃଷି ଉତ୍ପାଦନରେ ଅନୁଷ୍ଠାନର ଯଥେଷ୍ଟ ଅବଦାନ ରହିଛି ବୋଲି ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଉଦବୋଧନ ଦେଇଛନ୍ତି। ଆମ ସଂସ୍କୃତି , ପରମ୍ପରା ଓ ଜୀବିକାର ଆଧାର କୃଷି କାର୍ୟ୍ୟ । ଦଶନ୍ଧିରେ ଭାରତ କୃଷି ଉତ୍ପାଦନର ଅଭୂତପୂର୍ବ ସଫଳତା ପାଇଛି । ଏବେ ଭାରତ ଅନ୍ୟ ଦେଶକୁ କୃଷି ଦ୍ରବ୍ୟ ରପ୍ତାନୀ କରୁଛି । କୃଷି ଓ କୃଷକର ଉନ୍ନତି ବିନା ଦେଶର ଉନ୍ନତି ଅସମ୍ଭବ । କୃଷି କାର୍ୟ୍ୟ ପାଇଁ ଦେଶରେ ବ୍ୟାପକ ସୁଯୋଗ ରହିଛି ବୋଲି ରାଷ୍ଟ୍ରପତି ଉଦବୋଧନ ଦେଇଛନ୍ତି। ସେହିପରି ସମାବର୍ତ୍ତନ ଉତ୍ସବରେ ୪ ଜଣଙ୍କୁ ଡକ୍ଟରେଟ ଉପାଧି ସହ ୭ ଜଣଙ୍କୁ ବିଶ୍ଵବିଦ୍ୟାଳୟ ଗୋଲ୍ଡ ମେଡାଲ ପ୍ରଦାନ କରାଯାଇଛି । ୧୧୮ ଜଣ ପିଏଚଡି ଡିଗ୍ରୀ, ୪୮୦ ଜଣଙ୍କୁ ପିଜି ଡିଗ୍ରୀ, ୧୭୨୫ ଜଣଙ୍କୁ ଗ୍ରାଜୁଏଟ ଡିଗ୍ରୀ ପ୍ରଦାନ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login