ସମ୍ବଲପୁର : ସମ୍ବଲପୁର ରେମେଡ ସଭାରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ । ଆଜି ବିଜେପି ଓଡିଶା ଝିଅ ଦ୍ରୈାପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିଛି । କଂଗ୍ରେସ ଓ ତା ସହଯୋଗୀ ଦ୍ରୈାପଦୀ ମୁର୍ମୁ୍ଙ୍କ ଅପମାନ କରିଥିଲା । ତାହା ଦ୍ରୈାପଦୀଙ୍କ ଅପମାନ ନୁହେଁ ସାରା ଆଦିବାସୀଙ୍କ ଅପମାନ ଥିଲା । ଯାହା ଦ୍ରୈାପଦୀଙ୍କ ଅପମାନ , ସାରା ଓଡିଶାବାସୀଙ୍କ ପ୍ରତି ଅପମାନ । ବିଜେପି ସରକାର , ଗରିବଙ୍କ କଲ୍ୟାଣକାରୀ ସରକାର । ଓଡିଶାର ସାଢେ ୩ କୋଟି ଲୋକଙ୍କୁ ମାଗଣା ରାସନ ମିଳୁଛି । ଏକ ଦେଶ , ଏକ ରାସନ କାର୍ଡ ଜରିଆରେ ସବୁଠି ରାସନ ମିଳୁଛି । ନୂଆ ଭାରତର ନିର୍ମାଣ ବିଜେପି ସରକାରର ବଡ ପରିଚୟ । ଭଇତ୍ତିଭୂମି ବିକାଶ ପାଇଁ ବଜେଟରେ ୧୧ ଲକ୍ଷ କୋଟିର ବ୍ୟବସ୍ଥା ଅଛି । ଦିଲ୍ଲୀରେ କଂଗ୍ରେସ ସରକାର ବେଳେ ଓଡିଶାକୁ ତାର ହକ ମିଳୁନଥିଲା । ଏବେ ଓଡିଶାର ବିକାଶ ପାଇଁ କୈାଣସି ଅର୍ଥ ଅଭାବ ନାହିଁ । ପୂର୍ବ ସରକାର ଓଡିଶାର ଗରିବୀକୁ ନେଇ ପ୍ରଚାରକୁ ନେଇ ପ୍ରଚାର କରୁଥିଲା । ସମୃଦ୍ଧ ଓଡିଶାକୁ କିଛି ରାଜନୈତିକ ଦଳ ବିକାଶରୁ ବଞ୍ଚିତ କରିଥିଲା । ଆମ ସରକାର ଓଡିଶାର ବିକାଶ ପାଇଁ ଅହରହ ଉଦ୍ୟମ କରୁଛି । ଦେଶର ବିକାଶ ପାଇଁ ବିଜେପି ପାଖରେ ରୋଡମ୍ୟାପ ଅଛି । ବିଜେପି ସରକାର ଆସିଲେ ହୀରାକୁଦରେ ପର୍ଯ୍ୟଟନର ବିକାଶ ହେବ ।
‘ଓଡିଶାର ବିକାଶ ପାଇଁ ଅର୍ଥର ଅଭାବ ନାହିଁ’

Facebook
Twitter
LinkedIn
Facebook
Twitter
LinkedIn
Recent News
ମହାପ୍ରସାଦରେ ବ୍ୟବହାର ହେବ ଜୈବିକ ଚାଉଳ
ପୁରୀ : ମହାପ୍ରସାଦରେ ରାସାୟନିକ ଯୁକ୍ତ ଚାଉଳ ବ୍ୟବହାର କୁ ନା' । ଚଳିତ ବର୍ଷ ପ୍ରଥମକରି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ କୋଠ ଭୋଗରେ ଲାଗି ହେବ...
ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି, ରନୱେରୁ ଫେରିଗଲା ବିମାନ
ନୂଆଦିଲ୍ଲୀ : ଇନ୍ଦୋରରୁ ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି । ରନୱେରୁ ଫେରିଲା ବିମାନ । ବିମାନରେ ଥିଲେ ୧୪୦ ଯାତ୍ରୀ । ବିମାନରେ...
“ଅନୁପମା” ସିରିୟଲ ସୁଟିଂ ସେଟରେ ଭୟଙ୍କର ନିଆଁ
ମୁମ୍ବାଇ : ମୁମ୍ବାଇର ସୁଟିଂ ସେଟରେ ଭୟଙ୍କର ଅଗ୍ନିକାଣ୍ଡ । ଗୋରେଗାଓଁ ଫିଲ୍ମ ସିଟି ସୁଟିଂରେ ସେଟରେ ଅଗ୍ନିକାଣ୍ଡ । ଟିଭି ରିୟଲିଟି ଶୋ ଅନୁପମାର ସୁଟିଂ...
ସପାର ୩ ବିଧାୟକ ବିଦା
ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ୩ ବିଧାୟକ ଦଳରୁ ବହିଷ୍କୃତ । ୩ ବିଧାୟକଙ୍କୁ ବିଦା କଲା ସମାଜବାଦୀ ପାର୍ଟି । ଅଭୟ ସିଂହ, ରାଜେଶ ସିଂହ...