ଭୁବନେଶ୍ୱର : ଓଡିଶାକୁ ଗଡିଲା ତୃତୀୟ ବନେ୍ଦ ଭାରତ ଏକ୍ସପ୍ରେସ । ବିଶାଖାପାଟଣା-ଭୁବନେଶ୍ୱର ଗଡିଲା ବନେ୍ଦ ଭାରତ ଏକ୍ସପ୍ରେସ । ବନେ୍ଦ ଭାରତ ସହ ୨୭୪ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ । ୮୫ ହଜାର କୋଟି ଟଙ୍କାର ୬ ହଜାର ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ୧୦ଟି ବନ୍ଦେ ଭାରତ ଟ୍ରେନର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହା ଭିତରେ ରହିଛି ପୁରୀ- ବିଶାଖାପାଟଣା ବନ୍ଦେ ଭାରତର ଟ୍ରେନ୍ । ଓଡ଼ିଶାବାସୀଙ୍କ ପାଇଁ ତୃତୀୟ ବନ୍ଦେ ଭାରତ ଟ୍ରେନର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ପୁରୀ- ବିଶାଖାପାଟଣା ମଧ୍ୟରେ ଚାଲିବାକୁ ଥିବା ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ ରୋଡ୍ ଓ ବିଜୟନଗରମଠାରେ ରହିବ । ଶନିବାରକୁ ଛାଡ଼ି ଅନ୍ୟ ସମସ୍ତ ଦିନ ଏହି ଟ୍ରେନ ଚାଲିବ । ସେହିପରି ଖୋର୍ଦ୍ଧା ରୋଡ ଷ୍ଟୋସନରେ ଏକ ଜନ ଔଷଧୀ କେନ୍ଦ୍ରର ମଧ୍ୟ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ।
Views: 83











