ଭୁବନେଶ୍ୱର : ଓଡିଶା ଆସିବେ ରାହୁଲ ଗାନ୍ଧୀ । ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗଦେବେ । ରାହୁଲଙ୍କ ସହ ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ ଓ ଏଆଇସିସି ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳ ଭୁବନେଶ୍ୱର ଆସିବେ । ବରମୁଣ୍ଡା ପଡିଆରେ ସମାବେଶ ଅନୁଷ୍ଠିତ ହେବ । ଏ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି। ରାହୁଲଙ୍କ ଗସ୍ତ ଦୃଷ୍ଟିରୁ କଂଗ୍ରେସ ଭବନରେ ପରିବର୍ଦ୍ଧିତ ରାଜନୈତିକ ବ୍ୟାପାର କମିଟି ବୈଠକ ଅନୁଷ୍ଠିତ ହୋଇଛି।
Views: 19