The Ultimate Managed Hosting Platform
ADVERTISEMENT

ଓଡ଼ିଶା ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

Facebook
Twitter
LinkedIn

ଭୁବନେଶ୍ୱର : ଆଜି ଓଡ଼ିଶା ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ୩ ଦିନିଆ ଗସ୍ତରେ ଆସୁଛନ୍ତି ମମତା ବାନାର୍ଜୀ। ଆଜି ପୁରୀରେ ରାତ୍ରୀଯାପନ କରିବେ। ନିର୍ମାଣ ନିବାସରେ ରାତ୍ର ରହଣି କରିବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଆସନ୍ତାକାଲି ନିଜ କୌଳିକ ପଣ୍ଡା ତଥା ବରିଷ୍ଠ ଦଇତାପତି ସେବକ ରାମକୃଷ୍ଣ ଦାସମହାପାତ୍ର ଓ ରାଜେଶ ଦାସମହାପାତ୍ରଙ୍କ ସହିତ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବେ।
ଏହା ସହିତ ବେଢ଼ା ପରିକ୍ରମା କରି ମହାପ୍ରଭୁଙ୍କ ପାଇଁ ଧୂଜା ଓ ପୂଜା କାର‌୍ୟ୍ୟ ସମାପନ କରି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିବେ। ପରେ ବଳିଆପଣ୍ଡା ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ଗେଷ୍ଟ ହାଉସ ପାଇଁ କ୍ଷେତ୍ର ପରିଦର୍ଶନ କରିବେ। ମମତା ବାନାର୍ଜୀଙ୍କ ଶ୍ରୀମନ୍ଦିର ଦର୍ଶନ ସମୟରେ ତାଙ୍କ ସହ ତାଙ୍କର କୌଳିକ ଗୁରୁ ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ମଧ୍ୟ ଉପସ୍ଥିତ ରହିବେ। ୨୨ତାରିଖରେ ଶ୍ରୀମନ୍ଦିରରେ ବନକ ଲାଗି ସ୍ୱତନ୍ତ୍ର ନୀତି ଥିବାରୁ ମମତାଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷତ କରିବା କାର‌୍ୟ୍ୟକ୍ରମ ରହିଛି। ଏହାପରେ ପଶ୍ଚିମବଙ୍ଗ ଫେରିଯିବେ ମମତା ବାନାର୍ଜୀ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ସ୍ଥଗିତ, ପ୍ରଶ୍ନ ପତ୍ର ଲିକ କାରଣରୁ ସ୍ଥଗିତ

ଓଟିଇଟି ପ୍ରଶ୍ନପତ୍ର ଲିକ : ପ୍ରଧାନଶିକ୍ଷକ ନିଲମ୍ବିତ

ଭବାନୀପାଟଣା : ଓଟିଇଟି ପ୍ରଶ୍ନପତ୍ର ଲିକ୍ । ଗିରଫ ପ୍ରଧାନଶିକ୍ଷକ ନିଲମ୍ବିତ ହୋଇଛନ୍ତି । ପ୍ରଧାନଶିକ୍ଷକ ପ୍ରଶାନ୍ତ ଖମାରୀଙ୍କୁ ନିଲମ୍ବନ କଲା ଶିକ୍ଷା ବିଭାଗ । ସଦର...

ADVERTISEMENT
ଶ୍ରୀମନ୍ଦିର ଭିତରେ ବିଦେଶିନୀ

ଅସୁରକ୍ଷିତ ପୁରୀ ଶ୍ରୀମନ୍ଦିର : ପୁଣି ଧରାହେଲା ହିଡେନ କ୍ୟାମେରା

ପୁରୀ : ଅସୁରକ୍ଷିତ ପୁରୀ ଶ୍ରୀମନ୍ଦିର । ପୁଣି ଶ୍ରୀମନ୍ଦିରରୁ ଧରାହେଲା ହିଡେନ କ୍ୟାମେରା ଯୁକ୍ତ ଚଷମା । ପଶ୍ଚିମ ଦ୍ୱାର ନିକଟରୁ ଧରାପଡିଲା ହିଡେନ କ୍ୟାମେରା...

Login