ବ୍ୟୁରୋ : ସମସ୍ତ ଫଳ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ସେହିପରି ନାସପାତି ମଧ୍ୟ ଏକ ଋତୁକାଳୀନ ଫଳ । ଆପଣମାନେ ହୁଏତ ପ୍ରତିଦିନ ସେଓ ଖାଉଥିବେ । କିନ୍ତୁ ପ୍ରତିଦିନ ନାସପାତି ଖାଉଥିବା ଲୋକ ଖୁବ୍ କମ୍ । ସେଓ ଭଳି ଆଉ ଏକ ଫଳ ହେଉଛି ନାସପାତି । ଏଥିରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ରହିଥାଏ । ଯାହା ସ୍ବାସ୍ଥ୍ୟ ପାଇଁ ହିତକର ହୋଇଥାଏ । ଅନ୍ୟ ଫଳ ତୁଳନାରେ ନାସପାତି ଅଧିକ ଫାଇଦା ଦେଇଥାଏ ।
ଭାରତରେ ଚାଷ ହେଉଥିବା ଏକ ଦେଶୀୟ ଫଳ ହେଉଛି ନାସପାତି । ଯାହାର ସ୍ବାଦ ସମ୍ପୂର୍ଣ୍ଣ ଭିନ୍ନ । ଯାହାର ସ୍ବାଦ ଖଟା ଥାଏ । ଏଥିରେ ଭରପୂର ମାତ୍ରାରେ ଫାଇବର ଏବଂ ଭିଟାମିନ୍ ପ୍ରଚୁର ପରିମାଣରେ ଥାଏ । ଯାହା ସୁସ୍ଥ ଶରୀର ଗଠନ କରିବାରେ ସାହାଯ୍ୟ କରିଥାଏ । ଆସନ୍ତୁ ଜାଣିବା ଏହାର ଚମକôାରୀ ଫାଇଦା ବିଷୟରେ .. ..
୧- ନାସପାତିରେ ଭିଟାମିନ୍ ସି ଥିବାରୁ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବାରେ ସାହାଯ୍ୟ କରିଥାଏ ।
୨- ଓଜନ ହ୍ରାସ କରିବାର ସବୁଠାରୁ ଭଲ ମାଧ୍ୟମ ହେଉଛି ନାସପାତି । ଏଥିରେ କମ୍ କ୍ୟାଲୋରୀ ଥିବାରୁ ଓଜନ ହ୍ରାସ କରିବାକୁ ସହଜ କରିଥାଏ ।
୩- ହଜମ ପ୍ରକ୍ରିୟା ପାଇଁ ମଧ୍ୟ ଲାଭକାରୀ ହୋଇଥାଏ । ଯେଉଁମାନଙ୍କର ପାଚନ ସମସ୍ୟା ରହିଛି ସେମାନେ ନାସପାତି ଖାଇବା ନିହାତି ଆବଶ୍ୟକ ।
୪- ଆଣ୍ଟିଅକ୍ସିଡାଣ୍ଟ ଗୁଣ ଏଥିରେ ଥିବାରୁ ଏହା ସୁସ୍ଥ ହାର୍ଟ ପାଇଁ ଫଳପ୍ରଦ ହୋଇଥାଏ ।
୫- ନାସପାତିରେ ବହୁ ପରିମାଣରେ ଲୌହ ଥିବାରୁ ରକ୍ତହୀନତାର ଅଭାବ ପୂରଣ କରିଥାଏ ।
୬- ଚର୍ମ ଏବଂ ହାଡ ସମସ୍ୟା ପାଇଁ ଏହାକୁ ହିତକର ବୋଲି ବିବେଚନା କରାଯାଏ ।
୭- ଡାଇବେଟିସ ରୋଗୀଙ୍କ ପାଇଁ ମଧ୍ୟ ବରଦାନ ସଦୃଶ ହୋଇଥାଏ ।
ଓଜନ ହ୍ରାସ କରେ ନାସପାତି ! ଜାଣନ୍ତୁ ଏହାର ଜବରଦସ୍ତ ଫାଇଦା
Facebook
Twitter
LinkedIn
Facebook
Twitter
LinkedIn
Recent News
ସଂସଦ ଡ୍ରାମା, ନାରାବାଜୀ ସ୍ଥାନ ନୁହେଁ : ମୋଦି
ନୂଆଦିଲ୍ଲୀ : ସଂସଦର ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋାଦିଙ୍କ ସମ୍ବୋଧନ । ପରାଜୟର ନିରାଶାରୁ ବିରୋଧିଙ୍କୁ ବାହାରିବାକୁ ଅପିଲ କଲେ ମୋଦି ।କିଛି ବିରୋଧୀ ଦଳ...
୩ ଦିନ ପରେ ରାଜ୍ୟକୁ ଫେରିବ ଶୀତ
ଭୁବନେଶ୍ୱର : ବାତ୍ୟା ଡିଟୱାର ସିଧା ସଳଖ ପ୍ରଭାବ ଓଡ଼ିଶା ଉପରେ ନାହିଁ । ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ମେଘୁଆ ପାଗ ସହ ବର୍ଷା ସମ୍ଭାବନା...
ରାସ୍ତା ମଝିରେ ଜଳିଗଲା ହାଇୱା
ଘଟଗାଁ : ରାସ୍ତା ମଝିରେ ହୁହୁ ହୋଇ ଜଳିଗଲା ହାଇୱା । କେନ୍ଦୁଝର ହରିଚନ୍ଦନପୁର ଥାନା ଅନ୍ତର୍ଗତ ଟାଙ୍ଗରିଆପାଳ ଗାଁ ନିକଟରେ ଏକ ହାଇୱାରେ ନିଆଁ ଲାଗିଯାଇଥିଲା...
ଶୀତଦିନେ ଡାଏଟରେ ସାମିଲ କରନ୍ତୁ ଏହି ଜିନିଷ , ହାର୍ଟ ଓ ମସ୍ତଷ୍କ ପାଇଁ ଭଲ
ବ୍ୟୁରୋ : କାଜୁ ବାଦାମର ସ୍ୱାଦ ଏପରି ହୋଇଥାଏ ଯେ ଥରେ ଖାଇବା ଆରମ୍ଭ କରିବା ପରେ ଏହାକୁ ଛାଡିବାକୁ ଇଚ୍ଛା ହୁଏ ନାହିଁ । କିନ୍ତୁ...










