ମୁମ୍ବାଇ : ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ‘ୱେଲକମ ୩’ ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି। ଅକ୍ଷୟଙ୍କ ‘ଓଃ ମାଇଁ ଗଡ ୨’ ରିଲିଜ ହେବା ପରେ ଏବେ ତାଙ୍କ ଫ୍ୟାନ୍ ମାନଙ୍କ ପାଇଁ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି। ବଲିଉଡ ଖିଲାଡି ଷ୍ଟାର୍ ଅକ୍ଷୟ କୁମାର ନିଜର ନିଖୁଣ ଅଭିନୟ ଦ୍ୱାରା ସମସ୍ତଙ୍କ ମନୋରଂଜନ କରିଥାଆନ୍ତି। ‘ୱେଲକମ ୩’ ଫିଲ୍ମର ପ୍ରଥମ ଓ ଦ୍ୱିତୀୟ ଭାଗ ବହୁତ ମଜାଦାର ଥିଲା। ଫିଲ୍ମ ଦର୍ଶକଙ୍କୁ ଖୁବ୍ ହସାଇଥିଲା । ଏବେ ଫିଲ୍ମର ତୃତୀୟ ଭାଗ ଆସିବାକୁ ଯାଉଛି। ଏଥର ‘ୱେଲକମ ୩’ ରେ ଅକ୍ଷୟ କୁମାରଙ୍କ ସହ ସଞ୍ଜୟ ଦତ୍ତ ଓ ଅର୍ଶଦ ଓ୍ଵାର୍ସି ମଧ୍ୟ ନଜର ଆସିବେ। ଫିଲ୍ମର ରିଲିଜ ହେବା ତାରିଖ ସାମ୍ନାକୁ ଆସିଛି। ଫିଲ୍ମ ନିର୍ମାତା ‘ୱେଲକମ ୩’କୁ ୨୦୨୪ ଖ୍ରୀଷ୍ଟମାସରେ ରିଲିଜ କରିବେ । ଏହି ଫିଲ୍ମକୁ ୱେଲକମ ଟୁ ଦ ଜଙ୍ଗଲ ଟାଇଟଲ ସହିତ ରିଲିଜ କରାଯିବ।ଏହି ଫିଲ୍ମରେ ନାନା ପାଟେକର ଓ ଅନିଲ କପୁରଙ୍କ ବଦଳରେ ସଞ୍ଜୟ ଦତ୍ତ ଓ ଅର୍ଶଦ ଓ୍ଵାସି ନଜର ଆସିବେ । ପୂର୍ବ ଦୁଇଟି ଭାଗକୁ ଅନିସ୍ ବଜାମି ନିର୍ଦ୍ଦେଶନା ଦେଇଥିଲେ । ଏବେ ‘ୱେଲକମ ୩’ କୁ ଅହମ୍ମଦ ଖାନ୍ ନିର୍ଦ୍ଦେଶନା ଦେଇପାରନ୍ତି । ଏହି ଫିଲ୍ମକୁ ଦେଖିବା ପାଇଁ ଦର୍ଶକ ବହୁତ ଉତ୍ସାହିତ ଅଛନ୍ତି ।
ଏହି ଦିନ ରିଲିଜ ହେବ ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ‘ୱେଲକମ ୩’
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











